ଅରିନ୍ଦମଙ୍କୁ ଟାର୍ଗେଟ କଲେ ମନୋଜ ମିଶ୍ର

ବଢୁଛି କାଳାକାର କଳି । ସମାଧାନର ବାଟ ଫିଟୁନି । ଗତକାଲିର ବୈଠକ ପରେ ବିବାଦର ସମାଧାନ ହେବା ବୋଲି ଆଶା କରାଯାଉଥିଲା । ହେଲେ ମନୋଜ ମିଶ୍ର ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ଅଭିନେତା ଅରିନ୍ଦମଙ୍କୁ ସିଧାସଳଖ ଏକ ବାର୍ତ୍ତା ଦେଇଛନ୍ତି ମନୋଜ ଯେଉଁଥିରେ ସେ ନିଜ ମନର କ୍ଷୋଭ, ଅଭିମାନ ପ୍ରକାଶ କରିଛନ୍ତି ।
ଏହି ଭିଡଓ ସାମ୍ନାକୁ ଆସିବା ପରେ ସାମାଧାନର ରାସ୍ତା ପୁଣି ଧୂଆଁଳିଆ ହୋଇ ଯାଇଛି ।
ଗତକାଲି ଓଡ଼ିଆ ଚଳଚ୍ଚିତୟ ଉନ୍ନୟନ ନିଗମର ଏକ ବୈଠକ ବସିଥିଲା । ଉଭୟ ପକ୍ଷଙ୍କ ଉପସ୍ଥିତିରେ ସମାଧାନ କରାଯିବା ବୋଲି ଆଶା କରାଯାଉଥିଲା । ନିଜେ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଏହି ବୈଠକ ଡାକିଥିଲେ । ହେଲେ ବୈଠକକୁ ମନୋଜ ମିଶ୍ର ଆସି ନ ଥିଲେ ।
ଅନ୍ୟପକ୍ଷେ ବୈଠକରେ ମନୋଜ ମିଶ୍ରଙ୍କ ଉପରେ ଲାଗିଥିବା ବ୍ୟାନକୁ ହଟାଇବାକୁ ରାଜି ହୋଇଥିଲେ ପ୍ରଯୋଜକ ସଂଘ । ହେଲେ ମନୋଜ ମିଶ୍ର ଆସି ନ ଥିବାରୁ ସମାଧାନର ନିଷ୍କର୍ସ ବାହାରିପାରି ନ ଥିଲା । ତେବେ ମନୋଜଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଏହାର କିଛି ସମୟ ପରେ ମନୋଜ ଏକ ଭିଡିଓ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଥିଲେ । ଏଥିରେ ସେ ସିଧାସଳଖ ଅଭିନେତା ତଥା ରାଜନେତା ଅରିନ୍ଦମଙ୍କୁ ଟାର୍ଗେଟ କରିଥିଲେ । ଅରିନ୍ଦମ ଏତେ ମିଛି କାହିଁକି ବୋଲି ପ୍ରଶ୍ନ କରି ନିଜ ମନର କ୍ଷୋଭ ବାହାର କରିଥିଲେ ।
୧୦ ମିନିଟର ଏହି ଭିଡିଓରେ ସେ ଓଡ଼ିଆ ସ୍ୱାଭିମାନର କଥା ଉଠାଇଛନ୍ତି । ଓଡ଼ଆ ସଂସ୍କୃତିକୁ ନେଇ ଫିଲ୍ମ କରିବା କଥା କହିଛନ୍ତି । ସମ୍ପୂର୍ଣ୍ଣ ଏବଂ ସମଗ୍ର ଓଡ଼ିଆର ସଂସ୍କୃତି ଓ ଐତିହ୍ୟକୁ ଫିଲ୍ମ କରି ଜାତୀୟ ସ୍ତରରେ ଓଡ଼ିଆ ଫିଲ୍ମର ମର୍ଯ୍ୟଦା ବୃଦ୍ଧି କରିବାର କଥା ଭିଡିଓରେ କହିଛନ୍ତି