୩ ମାସ ବନ୍ଦ ରହିବ ମନ୍‌ କି ବାତ୍‌

୩ ମାସ ବନ୍ଦ ରହିବ ମନ୍‌ କି ବାତ୍‌

ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩ ମାସ ମନ୍ କି ବାତ୍‌ କାର୍ୟ୍ୟକ୍ରମ ବନ୍ଦ ରହିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ମାର୍ଚ୍ଚ ମାସରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବ । ତେଣୁ କାର୍ୟ୍ୟକ୍ରମ ବନ୍ଦ ରହିବ। ୧୧୧ତମ ଏପିଏମ୍ ୩ ମାସ ପରେ ଶୁଭାରମ୍ଭ ହୋଇପାରେ। ଏହି ସମୟରେ ମନ୍ କି ବାତ୍‌ର ଛୋଟ ଭିଡିଓ କରି ସେୟାର କରନ୍ତୁ।

ୟୁଟ୍ୟୁବ୍ ସର୍ଟ ଜରିଆରେ ଅଧିକରୁ ଅଧିକ ସେୟାର କରନ୍ତୁ। ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଭାରତର ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି। ଆଜି ପ୍ରତ୍ୟେକ ଗ୍ରାମରେ ଡ୍ରୋନ୍‌ ଦିଦି ଉପରେ ଆଲୋଚନା ହେଉଛି। ସମସ୍ତଙ୍କ ଓଠରେ ନମୋ ଡ୍ରୋନ୍‌ ଦିଦି, ନମୋ ଡ୍ରୋନ୍‌ ଦିଦି ରହିଛି। ଏହି ନମୋ ଡ୍ରୋନ୍‌ ଦିଦି ଦେଶରେ କୃଷିକୁ ଆଧୁନିକୀକରଣ କରିବା ପାଇଁ ଏକ ଉତ୍ତମ ମାଧ୍ୟମ ପାଲଟିଛି।