ବିନା ଡ୍ରାଇଭରରେ ଟ୍ରେନ ଗଡ଼ିଲା ୮୪ କିମି

ବିନା ଡ୍ରାଇଭରରେ ଟ୍ରେନ ଗଡ଼ିଲା ୮୪ କିମି

ବିନା ଡ୍ରାଇଭରରେ ଟ୍ରେନ ଗଡ଼ିଲା ୮୪ କିମି

ଜମ୍ମୁ କାଶ୍ମୀରର କାଠୁଆ ରେଲୱେ ଷ୍ଟେସନରେ ଠିଆ ହୋଇଥିବା ଏକ ମାଲବାହୀ ଗାଡି ଅଚାନକ ପଠାନକୋଟ ଆଡକୁ ଚାଲିଥିଲା । ଗଡାଣିଆ ଟ୍ରାକ ଯୋଗୁଁ ବିନା ଡ୍ରାଇଭରରେ ଟ୍ରେନଟି ଗଡିବାକୁ ଲାଗିଥିଲା । ପରେ ବିନା ଡ୍ରାଇଭରରେ ଟ୍ରେନଟି ପ୍ରାୟ ୮୪ କିଲୋମିଟର ଯାଏଁ ଗଡି ଚାଲିଥିଲା । ଏହି ଘଟଣା ପରେ ରେଲୱେ ଅଧିକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା ।

ପରେ ଟ୍ରେନଟି ପଞ୍ଜାବର ମୁକେରିୟାର ଉଚ୍ଚା ବସ୍ତି ପାଖରେ ଅଟକି ଯାଇଥିଲା । ଜାମ୍ମୁର ଡିଭିଜନାଲ ଟ୍ରାଫିକ ମ୍ୟାନେଜରଙ୍କ କହିବା ମୁତାବକ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି । ଏହି ଘଟଣା ରବିବାର ସକାଳ ୭ଟା ୧୦ ମିନିଟରେ ହୋଇଥିଲା । ଯେତେବେଳେ ଡ୍ରାଇଭର ମାଲଗାଡି ସଂଖ୍ୟା ୧୪୮୦୬ଆରକୁ ଅଟକାଇ ଚା ପିଇବାକୁ ଯାଇଥିଲେ । ପରେ ଟ୍ରେନଟି ହଠାତ ଗଡିଚାଲିଥିଲା ।