କେନ୍ଦୁଝରରେ ଭୟଙ୍କର ଦୁର୍ଘଟଣା; ଟ୍ରକ ସହ ଭ୍ୟାନ ଧକ୍କାରେ 7 ମୃତ
ଅଧା ରହିଗଲା ତାରିଣୀଙ୍କ ଦର୍ଶନ

କେନ୍ଦୁଝର ଜିଲ୍ଲା ବାଲିଯୋଡି ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । 7 ଜଣଙ୍କର ମୃତ୍ୟୁ ହୋଇଛି । ଭୟଙ୍କର ସଡକ ଦୁର୍ଘଟଣା । ଅଧା ରହିଲା ତାରିଣୀ ଦର୍ଶନ । ଟୁରିଷ୍ଟ ଗାଡି ଦୁର୍ଘଟଣା ହୋଇ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଛନ୍ତି । ମାଆ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲାର ଘଟଗାଁ ବାଲିଯୋଡି ନିକଟରେ ଏଭଳି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି ।
ବ୍ରେକଡାଉନ ଥିବା ଟ୍ରକକୁ ଧକ୍କା ଦେଇଥିଲା ଟୁରିଷ୍ଟ ଗାଡି । ସମସ୍ତ ମୃତକ ପାରପୁଟା ଥାନା ପୋଡାମାରି ଗାଁର ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଦିଗପହଣ୍ଡିରୁ କିଛି ଲୋକ ଏକ ୱିଙ୍ଗର ଗାଡିରେ ଘଟଗାଁ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିଲେ । ବାଲିଯୋଡ଼ି ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଆଇରନ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ୱିଙ୍ଗର । ଫଳରେ ଘଟଣାସ୍ଥଳରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଗାଁ ମେଡିକାଲରେ ଚିକିତ୍ସା କରାଯାଉଛି । କୌଣସି ଯାତ୍ରୀଙ୍କର ପରିଚୟ ମିଳି ପାରିନାହିଁ ।