'ନୂଆ ମିଶନ'ରେ କେଜ୍ରିୱାଲ

ନୂଆ ମିଶନରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲ।

'ନୂଆ ମିଶନ'ରେ କେଜ୍ରିୱାଲ

ନୂଆ ମିଶନରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲ। ଦିଲ୍ଲୀର ମୁଖ୍ୟତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବା ପରେ ଏବେ ଏକ ନୂଆ ମିଶନରେ ବାହାରିଛନ୍ତି। ଆପ୍ ପାର୍ଟିର ବରିଷ୍ଠ ନେତା ସନ୍ଦୀପ ପାଠକ ଏହି ସୂଚନା ଦେଇଛନ୍ତି। ସନ୍ଦୀପ ପାଠକଙ୍କ ସୂଚନା ମୁତାବକ , ୫ ଅକ୍ଟୋବରରେ ହରିଆଣାର ନିର୍ବାଚନ ଅଛି।

ଅରବିନ୍ଦ କେଜ୍ରିୱାଲ ବିଜେପିର ଷଡ଼ଯନ୍ତ୍ର ସହ ଲଢି ଜେଲ୍ରୁ ବାହାରିଛନ୍ତି ଏବଂ ହରିଆଣା ନିର୍ବାଚନରେ ପ୍ରଚାର ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଶୁକ୍ରବାର ଠାରୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରୁଛନ୍ତି।

ପାଠକ କହିଛନ୍ତି କି, ଅରବିନ୍ଦ କେଜ୍ରିୱାଲ ୨୦ ସେପ୍ଟେମ୍ୱରରେ ପ୍ରଥମ ରୋଡ୍ ଶୋ’ କରିବେ। କେଜ୍ରିୱାଲଙ୍କର ୧୩ ରୋଡ୍ ଶୋ’ ସ୍ଥିର ହୋଇଛି , ଯେଉଁଥିରେ ସେ ହରିଆଣାର ୧୧ଟି ଜିଲ୍ଲାର ବିଧାନସଭାକୁ କଭର କରିବେ। ହରିଆଣାରେ ପରିବର୍ତ୍ତନ ଓ ବିଜେପିର ପରାଜୟର ଦାବି କରି ପାଠକ କହିଛନ୍ତି ଯେ, କେଜ୍ରିୱାଲ ଆଗାମୀ ଯୋଜନା ଆସନ୍ତା କିଛି ଦିନରେ ସ୍ଥିର କରିବେ। 

ପାଠକ କହିଛନ୍ତି ଯେ, ଯଦି ଆପଣ ହରିଆଣାର ରାଜନୀତିକୁ ଦେଖିବେ ତ ଚଳିତ ଥର ବିଜେପି ସଂପୂର୍ଣ୍ଣ ରୂପେ ସେଠାରେ ହାରୁଛି। ଗତ ୧୦ ବର୍ଷ ହେବ ସେଠାରେ ବିଜେପିର ସରକାର ଚାଲିଛି। ଜନତାଙ୍କ କଥା ଛାଡ଼ି ଦିଅ , ବିଜେପିକୁ ତ ନିଜକୁ ଭରସା ନଥିଲା, ଏଥିପାଇଁ ଶେଷ ବର୍ଷରେ ମୁଖ୍ୟମନ୍ତ୍ରୀ ବଦଳାଇ ଦେଲେ। ପ୍ରଶ୍ନ ଉଠୁଛି ଯେ, ଶେଷରେ ଏମିତି କରିବାର କଣ ଆବଶ୍ୟକ ଥିଲା। ଯେଉଁପରି ସେମାନେ କୃଷକ , ଯବାନଙ୍କ ଅପମାନ କଲେ, ମାତା ଓ ଭଉଣୀଙ୍କ ମାନ-ସମ୍ମାନଙ୍କ ସହ ଖେଳିଲେ, ଏଥିରେ ବିଜେପି ନିଜେ ହିଁ ମାନୁଛି କି ସେ ଏହିଥର ଯାଉଛି। 

ଆପ୍ ନେତା କହିଛନ୍ତି କି , ବିଜେପି ଯାଉଛି ଏବଂ ପରିବର୍ତ୍ତନ ଆସୁଛି , ତ ବଡ଼ ପ୍ରଶ୍ନ ଏହାକି ଜନତା କାହାକୁ ସୁଯୋଗ ଦେବେ। ହେଲେ ଜନତା ସବୁ ପାର୍ଟିଙ୍କୁ ସେଠାରେ ସୁଯୋଗ ଦେଇଛନ୍ତି।କିନ୍ତୁ , ଏହି ପାର୍ଟିମାନେ କଣ ତାଙ୍କ ପାଇଁ କାମ କରିଛନ୍ତି । ଏହି ସ୍ଥିତିରେ ଜନତା ଅରବିନ୍ଦ କେଜ୍ରିୱାଲଙ୍କ ସହ ଯିବେ , କାରଣ ସେମାନେ ଦିଲ୍ଲୀ ଓ ପଞ୍ଜାବରେ ଆମର ସରକାରର କାର୍ଯ୍ୟକଳାପକୁ ଦେଖୁଛନ୍ତି।