ଭିତରକନିକାରେ ଅଛନ୍ତି ୧୮୫୦ ବଉଳା କୁମ୍ଭୀର

୨୦୨୪ ମସିହାରେ କରାଯାଇଥିବା ପଶୁ ପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ହାଡ଼ ଡ୍ୟାମରେ ୮୪ ଗୋ ମୁହାଁ କୁମ୍ଭୀର ଅଛନ୍ତି

ଭିତରକନିକାରେ ଅଛନ୍ତି ୧୮୫୦ ବଉଳା କୁମ୍ଭୀର

୨୦୨୪ ମସିହାରେ କରାଯାଇଥିବା ପଶୁ ପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ହାଡ଼ ଡ୍ୟାମରେ ୮୪ ଗୋ ମୁହାଁ କୁମ୍ଭୀର ଅଛନ୍ତି । ସେହିପରି ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର ଅଛନ୍ତି, ଗହୀରମଥାରେ ୩.୦୧ ଲକ୍ଷ ଅଲିଭ ରିଡେଲ କଇଁଛ ଅଛନ୍ତି ।  ଋଷିକୂଲ୍ୟା ନଦୀ ମୁହାଣରେ ବର୍ତ୍ତମାନ ସୁଦ୍ଧା ଗଣ ଅଣ୍ଡାଦାନ ହୋଇ ନାହିଁ । 

ଚିଲିକା ସହ ସମସ୍ତ ସାମୁଦ୍ରିକ ଅଞ୍ଚଳରେ ୭୪୩ ଡ଼ଲଫିନ ଅଛନ୍ତି । ସାରା ରାଜ୍ୟରେ ୨୦୯୮ ହାତୀ ଓ ୨୭ ବାଘ ଅଛନ୍ତି । ଚିଲିକା ହ୍ରଦରେ ୧୦୮ ପ୍ରଜାତି ର ୧୦.୯୯ ଲକ୍ଷ ବେଦିଶା ଗତ ପକ୍ଷୀ, ଭିତରକନିକାରେ ୧୨୧ ପ୍ରଜାତିର ୧.୫୧ ଲକ୍ଷ ବିଦେଶାଗତ ପକ୍ଷୀ ଓ ହୀରାକୁଦରେ ୧୧୩ ପ୍ରଜାତିର ୩.୪୨ ଲକ୍ଷ ବିଦେଶାଗତ ପକ୍ଷୀ ଅଛନ୍ତି । ଏନେଇ ଗୃହରେ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ । 
 

ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଛନ୍ତି । ଗୃହ ଚଳାଇବା ଅସମ୍ଭବ ହେବାରୁ ଅପରାହ୍ମ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି। ବିଜେଡି ଓ କଂଗ୍ରେସ ଉଭୟ ଭିନ୍ନ ଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି ।