ଆଜିର ରାଶିଫଳ

*ମହାବୀର ପଞ୍ଜିକା*
*✧═════•❁❀❁•═════✧*
*ଅଦ୍ୟ ଡିସେମ୍ବର ମାସ ୨୧ ତାରିଖ ୨୦୨୩ ମସିହା(ଗୁରୁବାର)*
*ଶକାବ୍ଦ -୧୯୪୫*
*ସମ୍ବତ -୨୦୮୦*
*ଦିଲ୍ଲୀସ୍ୱରାଦ୍ଧ-୧୪୩୧*
*ସମ୍ବତ୍ସର-ପିଙ୍ଗଳ*
*ମାର୍ଗଶିରମାସ-ଶୁକ୍ଳପକ୍ଷ*
*ତିଥି- ନବମୀ ଦିବା ଘ ୧୦/୦୧ ପର୍ଯ୍ୟନ୍ତ ତଦନ୍ତେ ଦଶମୀ*
*ନକ୍ଷତ୍ର- ରେବତୀ ରାତ୍ରି ଘ ୧୧/୦୫ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀ*
*ଚନ୍ଦ୍ର-ମୀନ ରାତ୍ରି ଘ ୧୧/୦୫ ପର୍ଯ୍ୟନ୍ତ ତଦନ୍ତେ ମେଷ*
*ଯୋଗ- ବାରୀୟ।ନ୍*
*କରଣ - ତୈତିଳ*
*ସୌରମାସ- ଧନୁ ୦୬ ଦିନ*
*✧═════•❁❀❁•════✧*
*ସୁର୍ୟୋଦୟ-ପ୍ରାତଃ ଘ୦୬/୨୦/୫୬*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୧୯*
*✧═════•❁❀
*ଯୋଗିନୀ ପୂର୍ବେ ଦିବା ଘ୧୦/୦୧ ଗତେ ଉତ୍ତରେ*
*ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମେଷ ରାଶିର ଘାତଚନ୍ଦ୍ର*
*ତୁଳା ଓ କୁମ୍ଭ ରାଶି ର ଘାତବାର*
✧═════•❁❀❁•═══
*କାଳବେଳା ଓ।ବାରବେଳା - ଦିବା ଘ୦୨/୨୬ ଗତେ ଘ୦୫/୧୦ ମଧ୍ୟେ*
══•❁❀❁•═
*ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୫୮ ମଧ୍ୟେ ଓରାତ୍ରି ଘ୦୫/୫୬ ଗତେ ଘ ୦୯/୧୦ ମଧ୍ୟେ*
*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି*
═✧*══•❁❀❁•═════✧
*ଅଦ୍ୟ ଲାଉ ଦିବା ଘ ୧୦/୦୧ ଗତେ କଳମଶାଗ ଭକ୍ଷଣ ନିଷେଧ*
*═✧*══•❁❀❁•═════✧
*ଡ:ବାୟୁନନ୍ଦନ ମିଶ୍ର*
*ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର*
*ଅଦୃଶ୍ୟଶକ୍ତି ଭବନ*
*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*
*ମୋବାଇଲ-9437064130*
*www.adrushyashaktiastro.com*
*✧═════•❁❀❁•═════✧*
*꧁ ଆଜିର ରାଶିଫଳ꧂*
*✧═════•❁❀❁•═════✧*
*ମେଷ: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
*✧═════•❁❀❁•═════✧*
*ବୃଷ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
*✧═════•❁❀❁•═════✧*
*ମିଥୁନ: ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
*✧═════•❁❀❁•═════✧*
*କର୍କଟ : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
*✧═════•❁❀❁•═════✧*
*ସିଂହ: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।*
*✧═════•❁❀❁•═════✧*
*କନ୍ୟା: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*
*✧═════•❁❀❁•═════✧*
*ତୁଳା: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
*✧═════•❁❀❁•═════✧*
*ବିଛା: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
*✧═════•❁❀❁•═════✧*
*ଧନୁ : ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
*✧═════•❁❀❁•═════✧*
*ମକର : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
*✧═════•❁❀❁•═════✧*
*କୁମ୍ଭ : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
*✧═════•❁❀❁•═════✧*
*ମୀନ : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।*
*✧═════•❁❀❁•═════✧*