ୱାନ ୱେ ରୋଡ ର ଭୂମିପୂଜନ
ନୀଳ ମାଧବ ପେଟ୍ରୋଲ ପମ୍ପ ଠାରୁ କୋର୍ଟ ଛକ ୧୦ କୋଟି ବ୍ୟୟରେ ୱାନ ୱେ ରୋଡ ର ଭୂମିପୂଜନ

ଭୁବନ ୨୪.୪- ଭୁବନ ସହର ବାସୀ ଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି l ବହୁ ପ୍ରତିକ୍ଷୀତ ରାସ୍ତା ନିର୍ମାଣ ସକାଶେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଦ୍ଵାରା ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନଗର ପାଳ ଶ୍ରୀଯୁକ୍ତ ସାହୁ ନଡ଼ିଆ ଭାଙ୍ଗି ରାସ୍ତା କାର୍ଯ୍ୟ ର ଶୁଭାରମ୍ଭ କରି କହିଥିଲେ ଯେ, ୫ ବର୍ଷ କି ୧୦ ବର୍ଷ ପାଇଁ ଏହି ରାସ୍ତା ନିର୍ମାଣ ହେଉନି,ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ତରଫରୁ ଏହି ରାସ୍ତା ନିର୍ମାଣ ହେବ l ଜିଲ୍ଲା ସଦର ମହକୁମାରେ ୱାନ ୱେ ରାସ୍ତା ନଥିବା ବେଳେ ଭୁବନ ରେ ସର୍ବ ପ୍ରଥମେ ୱାନ ୱେ ରାସ୍ତା ନିର୍ମାଣ ହେଉଛି l
ଏହା ସମଗ୍ର ଭୁବନ ବାସୀ ଙ୍କ ପାଇଁ ଗର୍ବ ଓ ଗୌରବ ର ବିଷୟ l ତେଣୁ ସହର ବାସୀ ଙ୍କ ସହଯୋଗ ଏକାନ୍ତ ଆବଶ୍ୟକ l ଭୁବନ ର ବିକାଶ ମୋର ଏକମାତ୍ର ଲକ୍ଷ୍ୟ ବୋଲି ନଗରପାଳ ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ l ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ,କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ,ଅତିରିକ୍ତ ତହସଲଦାର ରାଜୀବ ଲୋଚନ ବେହେରା,ରାଜସ୍ବ ନୀରିକ୍ଷକ ଅରବିନ୍ଦ ସାହୁ ଙ୍କ ସମେତ ବିଦ୍ୟୁତ୍ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ ଓ ଆରକ୍ଷୀ ବାହିନୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ପେଟ୍ରୋଲ ପମ୍ପ ଠାରୁ ପୂର୍ତ୍ତ ବିଭାଗ ରାସ୍ତା ମାପଚୁପ କରାଯାଇ ଚିହ୍ନ ଦିଆଯାଇଥିଲା l ଆସନ୍ତା କାଲି କାଳୀ ବଜାର ଅଞ୍ଚଳ ରେ ମାପ କରାଯାଇ ଚିହ୍ନଟ ହେବ l ବ୍ୟଵସାୟୀ ଭାଇ ମାନେ ଶାନ୍ତି ରକ୍ଷା କରିବା ସହିତ ପ୍ରଶାସନ କୁ ସହଯୋଗ କରିବାକୁ ନଗରପାଳ ନିବେଦନ କରିଥିଲେ l