୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ଆଜି ଅପରାହ୍ଣ ୫.୩୦ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।

ଆଜି ଅପରାହ୍ଣ ୫.୩୦ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡ଼ିଶା ଇଭି ପଲିସୀ-୨୦୨୧ରେ ସଂଶୋଧନ, ଓଡ଼ିଶା ଜଙ୍ଗଲ ସେବା କ୍ୟାଡରରେ ହେବ ପୁନର୍ଗଠନ, ୬ ଲେନ୍ ବିଶିଷ୍ଟ ହେବ କଟକ ରିଙ୍ଗ ରୋଡ୍, ବିଦ୍ୟୁତ ବଣ୍ଟନ କମ୍ପାନୀକୁ ମିଳିବ ଆର୍ଥିକ ସହାୟତା, ଅବକାରୀ ସବ-ଇନ୍ସପେକ୍ଟର ନିଯୁକ୍ତି ନୂଆ ଅଧିନିୟମ, ଅନ୍ୟ ପଛୁଆ ବର୍ଗ (ଓବିସି) କମିଶନ ସଂଶୋଧନ ଆଦି ପ୍ରସ୍ତାବ ଉପରେ କ୍ୟାବିନେଟରେ ମୋହର ବାଜିଛି ।