ରାମନବମୀ ଉପଲକ୍ଷେ ରାମଜନ୍ମ ଉତ୍ସବ
ଢେଙ୍କାନାଳ ମହାବୀର ବଜାର ସ୍ଥିତ ହନୁମାନଜୀ ଙ୍କ ମନ୍ଦିରରେ ରାମଙ୍କ ଜନ୍ମ ଉତ୍ସବ ପାଳିତ

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଉତ୍ସବ, ପବିତ୍ର ଶ୍ରୀ ରାମନବମୀ ଉପଲକ୍ଷେ ଢେଙ୍କାନାଳ ମହାବୀର ବଜାର ସ୍ଥିତ ହନୁମାନଜୀ ଙ୍କ ମନ୍ଦିରର ସାମ୍ନା ରେ ଥିବା ରାମ ଲକ୍ଷ୍ମଣ ସୀତା ପ୍ରତିମୃତି ଠାରେ ରାମଙ୍କ ଜନ୍ମ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା । ମଧ୍ୟାହ୍ନରେ ସୂର୍ଯ୍ୟ ପୂଜା,ରାମ ଅଭିଷେକ,ମଣ୍ଡଳ ପୂଜା, ହନୁମାନ ଚାଳିଶା ପଠନ ହୋମଯଜ୍ଞ , ଅନ୍ନ ଭୋଗ ଲାଗି କରାଯାଇଥିଲା। ଭକ୍ତମାନେ ଫୁଲ,ଫଳ,ତୁଳସୀ ଭୋଗ ନେଇ ମନ୍ଦିରରେ ଭିଡ ଲାଗିଥିବା ବେଳେ କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଉପସ୍ଥିତ ରହି ଏହି ରାମ ଜନ୍ମ ଉତ୍ସବ ପାଳନ କରାଯାଇଥିଲା। ସନ୍ଧ୍ୟା ବେଳେ ଆଳତି ରାତ୍ରଧୂପ ଓ ପହଡ଼ ନିତି ଅନୁଷ୍ଠିତ ହେବ।