ରୁଟି ସନ୍ତୁଳା ଖାଇଲେ ଦ୍ରୌପଦୀ ମୁର୍ମୁ

ଓଡିଶା ଗ୍ରସ୍ତରେ ଆସି ମଙ୍ଗଳବାର ରାଜଭବନରେ ରାତ୍ରିଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରୁଟି ସନ୍ତୁଳା ଖାଇଲେ ଦ୍ରୌପଦୀ ମୁର୍ମୁ

ଓଡିଶା ଗ୍ରସ୍ତରେ ଆସି ମଙ୍ଗଳବାର ରାଜଭବନରେ ରାତ୍ରିଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଏକବର୍ଷ ପୂରଣ ପାଇଁ ଶ୍ରୀମତୀ ମୁର୍ମୁ ରାଜଭବନ ଠାରେ କେକ୍‌ କାଟିଥିଲେ । ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପଦ ଶପଥ ନେବାର୧ବର୍ଷ ପୂର୍ଣ୍ଣ ହୋଇଛି । ୨୦୨୨ ଜୁଲାଇ ୨୫ରେ ପଂଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ଏହି ଉତ୍ସବରେ ରାଜ୍ୟ ବରିଷ୍ଠ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଯଦିଓ ଏହା ତାଙ୍କ ଗସ୍ତ ତାଲିକାରେ ନଥିଲା କିନ୍ତୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଭାବେ ଆଯୋଜନ ହୋଇଥିଲା । ଏକ ସମ୍ଭ୍ରାନ୍ତ ହୋଟେଲରୁ ସମ୍ପୂର୍ଣ୍ଣ ଘରୋଇ ଉପାୟରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ରାଷ୍ଠ୍ରପତତଙ୍କ ସମେତ ଉପସ୍ଥିତ ଅତିଥିମାନେ ଏହାକୁ ଭୋଜନ କରିଥିଲେ । ଏହି ଖାଦ୍ୟ ତାଲିକାରେ ରୁଟି, ସନ୍ତୁଳା, ଡାଲ. ମିକ୍ସ ଭେଜ୍‌ , ଛେନାପୋଡ ଆଦି ରହିଥିଲା ।