ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଉତ୍ସବ

ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଯାତ୍ରା ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ।

ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଉତ୍ସବ

ବଲାଙ୍ଗୀର/ଟିଟିଲାଗଡ,ତା୧୭-୦୭: ବାଙ୍କେଲ ଗାଁ ସ୍ଥିତ ଆଦିବାସୀ କନ୍ଧ ମାନଙ୍କ ଇଷ୍ଟ ଦେବୀ ଧରଣୀପୀଠ ର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ରୁ ନିର୍ମାଣ କରାଯାଇଥିଲା l ନିର୍ମାଣ କାର୍ଯ୍ୟ ପରେ ଧରଣୀ ପୀଠ ର ପ୍ରତିଷ୍ଠା ପାଇଁ ଯାତ୍ରା କରାଯାଇଥିଲା l ଉକ୍ତ ଉତ୍ସବ କୁ ଫିତା କାଟି ଶୁଭ ଉଦଘାଟନ କରିଥିଲେ ସାଂସଦ ଶ୍ରୀ ବିଶି l

ଆଦିବାସୀ ପରମ୍ପରା ଆଧାର ରେ ଦେବୀ ପୀଠ ର ଯାନୀ,ଝାଙ୍କର, ଏବଂ ଦେହେରୀ ପୂଜାବିଧି କାର୍ଯ୍ୟ କରିଥିଲେ l ଦେହେରୀ ଦେହରେ ଦେବୀ ସବାର ହୋଇ ଆଦିବାସୀ ଏବଂ ଗ୍ରାମବାସୀ ଙ୍କ ମଙ୍ଗଳ ପାଇଁ ମା ଜାଡେନ ସୁଭାଶିର୍ବାଦ ପ୍ରଦାନ କରିଥିଲେ l

ଉକ୍ତ ଯାତ୍ରା ରେ ମୁରିବାହାଲ ବ୍ଲକ ଚେୟାରମ୍ୟାନ ହରି ବନ୍ଧୁ ମେହେର, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର,  ନୂଆପଡା ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝି, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ର ଉପ ସଭାପତି ବିସିକେଶନ ଯାନୀ, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ମୁରିବାହାଲ କାର୍ଯ୍ୟକାରୀ ସଭାପତି ରାଜୀବ କୁଅଁର,ପାର୍ଥ ପ୍ରଧାନୀ, ତପନ ପ୍ରଧାନୀ, ପତ୍ରଙ୍ଗି ମାଝି,ସଂକୀର୍ତ୍ତନ ଶିକା, ଡମ୍ବରୁ ମାଝି, ହିରlକାର ମାଝି,ଲଦ ପ୍ରଧାନୀ, ଥବିର ଯାନୀ, ଗୌରୀ ମାଝି, ହୀରା ଯାନୀ,ସହିତ ଶତାଧିକ କନ୍ଧ ସମାଜର ଦେହେରୀ,ପୂଝlରୀ,ଜାନୀ, ଝlଙ୍କାର ଉପସ୍ଥିତ ରହି ପାରମ୍ପରିକ ରୀତିନୀତି ରେ ପ୍ରତିଷ୍ଠା କରିଥିଲେ l ସମସ୍ତ ଗ୍ରାମବାସୀ ଏହି ଯାତ୍ରା ରେ ଉପସ୍ଥିତ ଥିଲେ l