ଓଡ଼ିଶା ଲୋକସଭା ପାଇଁ କଂଗ୍ରେସର ଦ୍ୱିତୀୟ ତାଲିକା, ୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ନିଜର ନୂଆ ପ୍ରାର୍ଥୀ ତାଲିକା ଜାରି କରିଛି । ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ନୂଆ ତାଲିକାରେ ମୋଟ ୧୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏଥିରୁ ଓଡ଼ିଶାର ୯ ଆସନ ଲାଗି ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଚର୍ଚ୍ଚିତ ବାଲେଶ୍ୱର ଆସନ ପାଇଁ ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ମୈଦାନକୁ ଓହ୍ଲାଇଛି । ଏଠାରେ ବର୍ତ୍ତମାନର ସାଂସଦ ତଥା ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବ ।
ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ
କେନ୍ଦୁଝର-ମୋହନ ହେମ୍ୱ୍ରମ
ବାଲେଶ୍ୱର- ଶ୍ରୀକାନ୍ତ ଜେନା
ଭଦ୍ରକ-ଅନନ୍ତ ପ୍ରସାଦ ସେଠୀ
ଯାଜପୁର-ଅଞ୍ଚଳ ଦାସ
ଢେଙ୍କାନାଳ-ସସ୍ମିତା ବେହେରା
କେନ୍ଦ୍ରାପଡ଼ା-ସିଦ୍ଧାର୍ଥ ସ୍ୱରୁପ ଦାସ
ଜଗତସିଂହପୁର- ରବିନ୍ଦ୍ର କୁମାର ସେଠୀ
ପୁରୀ-ସୁଚରିତା ମହାନ୍ତି
ଭୁବନେଶ୍ୱର-ୟାସିର ନୱାଜ
ଏହା ପୂର୍ବରୁ କଂଗ୍ରେସ ଓଡ଼ିଶାର ୮ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ପ୍ରଥମ ତାଲିକାରେ ୭ଟି ଆସନରେ ନୂଆ ପ୍ରାର୍ଥୀ ଦେଇଥିଲା ଦଳ । ଏହାକୁ ମିଶାଇ ମୋଟ ୧୫ଟି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଏହାସହ ଆଗାମୀ ଓଡ଼ିଶା ବିଧାନସଭା ପାଇଁ ୪୭ ଆସନ ଲାଗି ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଦୁଇଟି ଆସନ ମେଣ୍ଟ ସହଯୋଗୀ ଜେଏମଏମ ଏବଂ ସିପିଆଇ(ଏମ)କୁ ଛାଡିଛି । ଏବେ ବି ଆହୁରି ୯୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।