କ୍ୟାସଲେସ୍ ହେବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ କାର୍ଡ
ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବାର ପରିସର ବୃଦ୍ଧି କରାଯାଇଛି। ବିଜେପି ସରକାର ଆସିବା ପରେ ରାଜ୍ୟରେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ଯୋଜନା ।

କ୍ୟାସଲେସ୍ ହେବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ କାର୍ଡ। ମାନେ ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସ୍ବାସ୍ଥ୍ୟ ସେବା। କିଛି ମାସ ମଧ୍ୟରେ ମିଳିବ ନୂଆ କାର୍ଡ। ଆଉ ପୁରୁଷଙ୍କୁ ୫ ଲକ୍ଷ ଏବଂ ମହିଳାଙ୍କୁ ୧୦ ଲକ୍ଷ ସ୍ବାସ୍ଥ୍ୟ ସେବା ଯୋଗାଇଦେବେ ସରକାର।
ସରକାରଙ୍କୁ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟଚିନ୍ତା।
ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବାର ପରିସର ବୃଦ୍ଧି କରାଯାଇଛି। ବିଜେପି ସରକାର ଆସିବା ପରେ ରାଜ୍ୟରେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ଯୋଜନା । ସେପଟେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ ଗୋପବନ୍ଧୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିବ ଚିକିତ୍ସା ସୁବିଧା। ଆଉ ଏବେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ କାର୍ଡକୁ ନେଇ ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି କ୍ୟାସଲେସ୍ ହେବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ କାର୍ଡ। ଲୋକେ ଯେପରି ବିନା ଦ୍ବିଧାରେ ଚିକିତ୍ସା ସୁବିଧା ପାଇବେ ସେଥିପାଇଁ ଯୋଜନା ହୋଇଛି। ଏବଂ ଚଳିଚ ଆର୍ଥିକ ବର୍ଷରୁ ସବୁ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ଗୋପବନ୍ଧୁ ଓ ଆୟୁଷ୍ମାନ ପାଇଁ ରହିବ ଗୋଟିଏ କାର୍ଡ ସାଢେ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ । ଆଉ ଦେଶର ୨୭ ହଜାର ହସ୍ପିଟାଲରେ ମିଳିବ କ୍ୟାସଲେସ ସେବା। ଆୟୁଷ୍ମାନ ଯୋଜନା ପାର୍ଟ-୨ରେ ୭୦ ବର୍ଷରୁ ଅଧିକ ସମସ୍ତ ଲୋକ ସାମିଲ ହେବେ। ପୂର୍ବରୁ କେବଳ ରାସନ୍ କାର୍ଡଧାରୀ ଆୟୁଷ୍ମାନରୁ ଲାଭ ପାଉଥିଲେ। ହେଲେ ଏବେ କର ଦାତା ଠାରୁ ଆରମ୍ଭ କରି ପେନସନ ଭୋଗୀ ବି ସାମିଲ ହେବେ।
ଆୟୁଷ୍ମାନ ଭାରତରେ ପୁରୁଷଙ୍କୁ ୫ ଲକ୍ଷ ଏବଂ ମହିଳାଙ୍କୁ ୧୦ ଲକ୍ଷ ସ୍ବାସ୍ଥ୍ୟ ସେବା ସୁବିଧା ମିଳିବ। ରାଜ୍ୟରେ ଆୟୁଷ୍ମାନ ଭାରତ ଶୀଘ୍ର କାର୍ଯ୍ୟକାରୀ ହେବ। ହେଲେ ସେଥିରେ କିଭଳି ସବୁ ଲୋକଙ୍କୁ ସୁବିଧା ମିଳିବ ସେଥିପାଇଁ ମୋଡ଼ାଲିଡି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି l