ପଦାଧିକାରୀ ବୈଠକରେ ବିଜେପିର ରଣହୁଙ୍କାର :

ପଦାଧିକାରୀ ବୈଠକରେ ବିଜେପିର ରଣହୁଙ୍କାର : ପଞ୍ଚାୟତସ୍ତରରୁ ସରକାରକୁ ଘେରିବାକୁ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ ଆବାସ, ମଣ୍ଡି ଓ ଆଇନଶୃଙ୍ଖଳା ନେଇ ଘେରିବ ବିଜେପି

ପଦାଧିକାରୀ ବୈଠକରେ ବିଜେପିର ରଣହୁଙ୍କାର :

ବିଜେପିର ମାନସମନ୍ଥନ । ୨୪ ନିର୍ବାଚନ ପାଇଁ ପଦ୍ମ ଦଳର ଅଙ୍କ କଷା ।

ନିର୍ବାଚନ ଆଉ ମାତ୍ର ବର୍ଷେ ଥିବାରୁ ଦଳୀୟ ପ୍ରସ୍ତୁତିକୁ ଜୋରଦାର୍ କରିଛି ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏଥିପାଇଁ  ବସିଥିଲା ରାଜ୍ୟ ପଦାଧିକାରୀ ବୈଠକ । ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ରାଜ୍ୟ ପଦାଧିକାରୀମାନଙ୍କୁ ନେଇ ବୈଠକ କରିଛନ୍ତି ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦେଶ୍ୱରୀ ଓ ରାଜ୍ୟ ସଭାପତି ସମୀର ମହାନ୍ତି ।

ବୈଠକରେ ଫୋକସରେ ରହିଛି ୩ଟି ପ୍ରସଙ୍ଗ ବୁଥ୍ ସ୍ତରରେ ସଙ୍ଗଠନକୁ ମଜଭୁତ୍ କରିବା, ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତାକୁ ନେଇ ଆନ୍ଦୋଳନ କରିବା ଏବଂ ମୋଦି ସରକାରଙ୍କ ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା । ତେବେ ପିଏମ୍ ଆବାସ ଯୋଜାନରେ ଯୋଗ୍ୟ ହିତାଧୀକାରୀଙ୍କୁ ଘର ନମିଳିବା, ମଣ୍ଡି ଅବ୍ୟବସ୍ଥାଠୁ ଆରମ୍ଭ କରି ଟୋକନ୍ ସମସ୍ୟା, ଧାନ କିଣାରେ କଟନୀ ଛଟନୀ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ବେକାରୀ ସମସ୍ୟା, ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରସଙ୍ଗକୁ ନେଇ ପଂଚାୟତରୁ ରାଜ୍ୟ ସ୍ତରରେ ଆନ୍ଦୋଳନ କରିବ ଦଳ ।

ସେପଟେ ବୁଥ୍, ଶକ୍ତି କେନ୍ଦ୍ରରେ ସଙ୍ଗଠନକୁ ମଜଭୁତ୍ କରିବା, ମୋଦି ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଚାଇଂବା ଉପରେ ବି ଆଲୋଚନା ହୋଇଛି ଆଜିର ପଦାଧିକାରୀ ବୈଠକରେ । ଯେଉଁସବୁ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି ଆସନ୍ତାକାଲିର କାର୍ଯ୍ୟକାରିଣୀ ବୈଠକରେ ସେଗୁଡ଼ିକୁ ଅନୁମୋଦନ ମିଳିବ । ସେପଟେ ବିଜେପି ଆଣିଥିବା ଅଭିଯୋଗ ଉପରେ ଜବାବ୍ ରଖିଛି ବିଜେଡି ।

ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ପ୍ରସ୍ତାବ ବାଦ୍ ଧନ୍ୟବାଦ ପ୍ରସ୍ତାବ ଉପରେ ବି ଆଲୋଚାନ ହେବ । କେନ୍ଦ୍ର ସରକାର ମାଗଣାରେ ଦେଉଥିବା ଚାଉଳ, ପିଏମ୍ ଆବାସ ଯୋଜନାରେ ଘର, ଏସ୍ଏଚଜିଙ୍କୁ ଋଣ ଭଳି ଜନକଲ୍ୟାଣ ଯୋଜନା ପାଇଁ ପ୍ରଧାନମନ୍ତ୍ରୀକୁ ଧନ୍ୟବାଦ ଦିଆଯିବ । ତାଛଢ଼ା ପ୍ରତ୍ୟେକ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ ଆଗରେ ମୋଦିଙ୍କୁ ଧନ୍ୟବାଦ ଥିବା ବ୍ୟାନର୍ ଲଗାଯିବା ଉପରେ ଆସନ୍ତାକାଲି ଚୂଡ଼ୀନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

ରାଜ୍ୟ କାର୍ଯ୍ୟକାରୀଣୀରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେବେ ଜାତୀୟ କାର୍ଯ୍ୟକାରିଣୀରେ । ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶକୁ କାର୍ଯ୍ୟକାରୀ କରିବା ଉପରେ ଜୋର୍ ଦେବ ରାଜ୍ୟ ବିଜେପି ... ।