ପରସ୍ପର ସହିତ ମାଡ଼ ହେଲା ତିନୋଟି ଟ୍ରକ୍, ଭୀଷଣ ଅଗ୍ନିକାଣ୍ଡରେ ୩ ଜୀବନ୍ତ ଦଗ୍ଧ
ପରସ୍ପର ସହିତ ମାଡ଼ ହେଲା ତିନୋଟି ଟ୍ରକ୍, ଭୀଷଣ ଅଗ୍ନିକାଣ୍ଡରେ ୩ ଜୀବନ୍ତ ଦଗ୍ଧ

ରାଜସ୍ଥାନର ଡୁଡୁରେ ଏକ ଭୟଙ୍କର ଦୁର୍ଘଟଣାର ଖବର ଜଣାପଡିଛି। ରାମନଗର ଟର୍ନ ନିକଟରେ ୩ ଟି ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଏହି ତିନୋଟି ଟ୍ରକରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ୩ ଜଣ ଜୀବନ୍ତ ଜଳିଯାଇଥିବା ସୂଚନା ରହିଛି। କୁହାଯାଉଛି ଯେ, ରାସ୍ତା କଡ଼ରେ ଠିଆ ହୋଇଥିବା ଦୁଇଟି ଟ୍ରକକୁ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ସେହି ଟ୍ରକରେ ପ୍ରାୟ ୧୫-୨୦ ଗାଈ ଓ ମଇଁଷି ଥିଲୋ। ଅଗ୍ନିଶମ ବାହିନୀର ଚାରିଟି ଗାଡି ପ୍ରାୟ ଚାରି ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ।
ବୁଧବାର ସକାଳେ ଦୁଦୁ ଅଞ୍ଚଳରେ ତିନିଟି ଟ୍ରକ୍ ପରସ୍ପର ସହ ଧକ୍କା ହୋଇଥିଲେ। ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ହେତୁ ତିନି ଜଣ ଲୋକ ଏତେ ଭୟଙ୍କର ଭାବରେ ଜଳି ଯାଇଥିଲେ ଯେ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା। ଏହି ତିନିଜଣଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ ପାଇଁ ସମ୍ଭବ ହୋଇନି। ଏଥି ସହିତ ଗୋଟିଏ କଥା ମଧ୍ୟ ସାମ୍ନାକୁ ଆସୁଛି ଯେ, ଏତେ ବଡ ଦୁର୍ଘଟଣା ପରେ ଡୁଡୁ ପୋଲିସକୁ ଜାଣିବାକୁ ଖୁବ୍ ସମୟ ଲାଗିଥିଲା।
ପୋଲିସର କହିବା ଅନୁସାରେ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ନିଆଁକୁ ନିୟନ୍ତ୍ରଣ କରିବାକୁ ପାଞ୍ଚ ଘଣ୍ଟା ସମୟ ଲାଗିଥିଲା। ୬ଟି ଦମକଳଗାଡି ୫ ଘଣ୍ଟା ଲଗାତାର ପାଣି ପକାଇବା ପରେ ନିଆଁକୁ କାବୁ କରାଯାଇଥିଲା। ତିନାେଟି ଟ୍ରକର ଡିଜେଲ ଟ୍ୟାଙ୍କ ଫାଟିବା ପରେ ସେଥିରେ ସର୍ଟସର୍କିଟ ହେବା ଯୋଗୁଁ ଏଭଳି ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା ବୋଲି ପୋଲିସ କହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ପୋଲିସ ଅନୁମାନ କରୁଛି।