ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ଅନେକ ଜିଲ୍ଲାର ଜିଲ୍ଲାପାଳ
ମୋହନ ମାଝୀଙ୍କ ବିଜେପି ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି, ପ୍ରଶାସନିକ ସ୍ତରରେ ବିଜେପି ସରକାରର ଏହା ହେଉଛି ଦ୍ଵିତୀୟ ବଡ଼ ଅଦଳ ବଦଳ

ଭୁବନେଶ୍ଵର: ମୋହନ ମାଝୀଙ୍କ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ବଦଳିଛନ୍ତି ଅନେକ ଜିଲ୍ଲାର ଜିଲ୍ଲାପାଳ। ପ୍ରଶାସନିକ ସ୍ତରରେ ବିଜେପି ସରକାରର ଏହା ହେଉଛି ଦ୍ଵିତୀୟ ବଡ଼ ଅଦଳ ବଦଳ। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ :
ବିଜୟକେତନ ଉପାଧ୍ୟାୟ ହେଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।
ଆଶିଷ ଠାକରେଙ୍କୁ ବୋର୍ଡ ଅଫ୍ ରେଭେନ୍ୟୁ ସଚିବ ପଦରେ ଅବସ୍ଥାପିତ କରାଯାଇଛି।
କମଳ ଲୋଚନ ମିଶ୍ରଙ୍କୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି।
ନିଖିଲ ପୱନ କଲ୍ୟାଣଙ୍କୁ ମୂର୍ତ୍ତିକା ସଂରକ୍ଷଣ, ଜଳଛୟ ଉନ୍ନୟନ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି।
ସ୍ଵଧାଦେବ ସିଂ ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଅତିରିକ୍ତ ସଚିବ ଦାୟିତ୍ଵ ଦିଆଯାଇଛି।
ସେହିପରି ଦିଲ୍ଲୀପ ରାଉତରାୟ ହେଲେ ଭଦ୍ରକ ଜିଲ୍ଲାପାଳ,
ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ,
ସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାପାଳ,
ପାରୁଲ ପଟୱାରୀଙ୍କୁ ରାୟଗଡ଼ା ଜିଲ୍ଲାପାଳ,
ଅମୃତ ଋତୁରାଜଙ୍କୁ କନ୍ଧମାଳ ଜିଲ୍ଲାପାଳ,
ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କୁ ସମ୍ବଲପୁର ଜିଲ୍ଲାପାଳ,
ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ କଟକ ଜିଲ୍ଲାପାଳ,
ହେମକାନ୍ତ ସଏଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ,
ପି ଅନ୍ଵେଷ ରେଡ୍ଡୀ ଙ୍କୁ ଯାଜପୁର ଜିଲ୍ଲାପାଳ ,
ଆଶିଷ ଈଶ୍ଵର ପାଟିଲ ଙ୍କୁ ମାଲକାନଗିରି ଜିଲ୍ଲାପାଳ,
ସୋମେଶ କୁମାର ଉପଧାୟ ଙ୍କୁ ଢେଙ୍କାନାଳ ଜିଲ୍ଲାପାଳ,
ଶୁଭଙ୍କର ମହାପାତ୍ର ଙ୍କୁ ନବରଙ୍ଗପୁର ଜିଲ୍ଲାପାଳ,
ସୁର୍ଯବଂଶୀ ମୟୁର ବିକାଶ ଙ୍କୁ ବାଲେଶ୍ଵର ଜିଲ୍ଲାପାଳ,
ଜେ ସୋନାଲ ଙ୍କୁ ଜଗତ୍ସିଂହପୁର ଜିଲ୍ଲାପାଳ,
ପାୱାର ସଚିନ ପ୍ରକାଶ ଙ୍କୁ କଳାହାଣ୍ଡି ଜିଲ୍ଲାପାଳ
ଅକ୍ଷୟ ସୁନିଲ ଅଗ୍ରୱାଲ ଙ୍କୁ ନୟାଗଡ଼ ଜିଲ୍ଲାପାଳ,
ମନୋଜ ସତ୍ୟବାନ ମହାଜନ ଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ,
କବିନ୍ଦ୍ର କୁମାର ସାହୁ ଙ୍କୁ ଦେଓଗଡ ଜିଲ୍ଲାପାଳ,
ମଧୁସୂଦନ ଦାଶ୍ ଙ୍କୁ ନୂଆପଡ଼ା ଜିଲ୍ଲାପାଳ, ଏବଂ
ସୁବ୍ରତ କୁମାର ପଣ୍ଡା ଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।