ଜଟାଧାର ଜଙ୍ଗଲ ଅଞ୍ଚଳରେ ମୃତ ହରିଣ ଠାବ

ଜଟାଧାର ଜଙ୍ଗଲ ଅଞ୍ଚଳରେ ମୃତ ହରିଣ ଠାବ!ଜେଏସଡବ୍ଲୁ ପାଇଁ ଜଙ୍ଗଲ ନଷ୍ଟ,ବନ୍ୟଜନ୍ତୁ ଅସୁରକ୍ଷିତ!ବନ ବିଭାଗର କାର୍ଯ ଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ

ଜଟାଧାର ଜଙ୍ଗଲ ଅଞ୍ଚଳରେ ମୃତ ହରିଣ ଠାବ

ଏରସମା ନିପ୍ର ଜଗତସିଂହପୁର ଜିଲ୍ଲା ଢ଼ିଙ୍କଆ ଚାରିଦେଶ ଜଟାଧାର ଜଙ୍ଗଲ ଅଞ୍ଚଳରେ ବାରମ୍ବାର ବନ୍ୟପ୍ରାଣୀ ହରିଣଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛିlଯାହା ବନ ବିଭାଗର କାର୍ଯ ଦକ୍ଷତା ଓ ସୁରକ୍ଷା ନେଇ ବେପରୁଆ ମନୋଭାବ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି।ସୂଚନା ଅନୁସାରେ ଆଜି ସକାଳୁ ଜଟାଧାର ଜଙ୍ଗଲ ଅଞ୍ଚଳ ଫିରିକ୍ ଛିଟା କନ୍ଧା ନିକଟରେ ଏକ ମୃତ ହରିଣ ପଡିଥିବାର ସ୍ଥାନୀୟ ଲୋକେ ଦେଖି ଫଟ ଉତୋଳନ କରିଥିଲେ।କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ବନ ବିଭାଗର ଅଧିକାରୀ ମୃତ ହରିଣର ଠାବ କରିବାରେ ସକ୍ଷମ ହୋଇ ପାରି ନଥିବା ଜଣାଯାଏ।

ଜଙ୍ଗଲ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଜଙ୍ଗଲରେ ଥିବା ଶହ ଶହ ବନ୍ୟ ପ୍ରାଣୀଙ୍କ ଜିବନ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି। ଢ଼ିଙ୍କିଆ ଚାରିଦେଶରେ ହେବାକୁ ଥିବା ପ୍ରସ୍ତାବିତ ଜେଏସଡବ୍ଲୁ କମ୍ପାନୀ ପାଇଁ ଢ଼ିଙ୍କିଆ ତଣ୍ଡାରୁ ବଳପୂର୍ବକ ବେଆଇନିଭାବେ ଜଙ୍ଗଲ କାଟି ଦେବାରୁ ବନ୍ୟପ୍ରାଣୀମାନେ ବାରମ୍ବାର ଅକାଳ ମୃତ୍ୟୁରେ ପଡିବାରେ ଲାଗିଛନ୍ତି।ଫଳରେ ପାରିପାର୍ଶ୍ଵକ ଗ୍ରାମାଞ୍ଚଳ ଜଙ୍ଗଲରେ ଥିବା ବିରଳ ହରିଣ ସମେତ ବହୁ ଦୁର୍ଲଭ ବନ୍ୟ ଜନ୍ତୁ ଲୋପ ପାଇବାକୁ ବସିଲେଣି।

ପୂର୍ବରୁ ଏହିପରି ଏକ ଘଟଣାକ୍ରମରେ ଗୋବିନ୍ଦପୁର ମଙ୍ଗଳାପଡା ନିକଟସ୍ଥ ଜେଏସଡବ୍ଲୁ ପ୍ରକଳ୍ପ ନିଷିଦ୍ଧାଞ୍ଚଳ ମଧ୍ୟରେ ଏକ ହୃଷ୍ଟପୃଷ୍ଟ ହରିଣ ମୃତୁ ଘଟଣାକୁ ନେଇ ଜେଏସଡବ୍ଲୁ କମ୍ପାନୀ କର୍ମଚାରୀଙ୍କ ଦ୍ଵାରା ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଥିଲା।ଘଟଣାରୁ ପ୍ରକାଶ ତରବରିଆ ଭାବେ ମୃତ ହରିଣକୁ ଟ୍ରାକ୍ଟର ସାହାଯ୍ୟରେ ବାନ୍ଧି ନେଇ ଜେଏସଡବୁ ପ୍ରକଳ୍ପ ନିଷିଦ୍ଧାଞ୍ଚଳରେ ଛାଡ଼ି ପଳାଇବା ଘଟଣା ସାଧାରଣରେ ପାର୍ଶ୍ଵରେ ଉଚ୍ଚ ପାଚେରୀ ଓ ସୁରକ୍ଷା ସନ୍ଦେହକୁ ଦୃଢ଼ୀଭୂତ କରିଥିଲା।କମ୍ପାନୀ କର୍ମଚାରୀଙ୍କ ଉପସ୍ଥିତ ଥିବା ସତ୍ତ୍ୱେ ଏହି ଘଟଣାକୁ ନେଇ ହରିଣଟି ବିଛା ଯାଇଥିବା ଏକ ଫାସ ଜାଣି ନଥିବା ଏବଂ କୌଣସି ବିରୋଧୀ ଜାଲରେ ଛନ୍ଦି ତାର ମୃତ୍ୟୁ ହୋଇଥିବା ହରିଣକୁ ମାରି କମ୍ପାନୀ ପରିସରରେ ସାଧାରଣରେ ସନ୍ଦେହ ଓ ଉଦବେଗ ବଦନାମ କରିବା ଉଦ୍ଦେଶ୍ୟରେ ପକାଇଥିବା କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଥିଲା।

ତେବେ କମ୍ପାନୀର କଡା ସୁରକ୍ଷା ମଧ୍ୟରେ ଥିବା ନିଷିଦ୍ଧାଞ୍ଚଳରେ ବାହାର ଲୋକ ଏଭଳି ଘଟଣା ଘଟାଇବା କଥା ସହଜରେ ହଜମ ହେଉନଥିଲା।ଏତଦବ୍ୟତୀତ ସେହି ଘଟଣାକୁ ନେଇ ବନ ବିଭାଗର କାର୍ଯ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।ସୂଚନା ଥାଉକି ଅତୀତରେ ଏଭଳି ଏକ ହରିଣକୁ ମାରିବା ଅଭିଯୋଗରେ ଦେଶର ନାମୀ ଚଳଚ୍ଚିତ୍ର ଅଭିନେତା ସଲମନ ଖାନ ଏବେବି ଆଇନ ଫାସରେ ପଡ଼ି ଛନ୍ଦୀ ହେଉଛନ୍ତି।

ପୂର୍ବରୁ ପାରାଦ୍ଵୀପ ଆଇଓସିଏଲ ଫାଟକ ସାମ୍ନାରେ ଏକ ମୃତ ହରିଣ ଠାବ କରାଯାଇଥିଲା।ଏଭଳି ବେଆଇନ କାର୍ଯ୍ୟ ବାରମ୍ବାର ଘଟୁଥିଲେବି ବନ ବିଭାଗ କର୍ତୁପକ୍ଷ,ପ୍ରଶାସନିକ ସ୍ତରରେ କୌଣସି ଆଇନୀଗତ କାର୍ଯ୍ୟାନୁଷ୍ଠାନ ନହେବା ଦ୍ୱାରା ପ୍ରଶାସନିକ ଅଧିକାରୀଙ୍କର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛିlବାସ୍ତବରେ ଅରଣ୍ୟରେ ବନ୍ୟ ଜନ୍ତୁଙ୍କ ରୋଦନ ଶୁଣିବାକୁ କେହି ନଥିବା ମନେହୁଏ।ତେଣୁ ତାଙ୍କର ସୁରକ୍ଷା ସେ ନିଜେ କରିବେ,ନଚେତ୍ ଅକାଳରେ ଏମିତି ମୃତ୍ୟୁ ମୁଖରେ ପଡ଼ିବେ।