ତିନୋଟି ସନ୍ତାନ ପାଇଁ ସରପଞ୍ଚ ପଦବୀ ହରାଇଲେ ଝିଲିପ୍ରଭା

ବିଜେଡି ସମର୍ଥିତ ଦେବଶ୍ରୀ ଦାଶ ବିଜୟୀ

ତିନୋଟି ସନ୍ତାନ ପାଇଁ ସରପଞ୍ଚ ପଦବୀ ହରାଇଲେ ଝିଲିପ୍ରଭା

ତିନୋଟି ସନ୍ତାନ ପାଇଁ ସରପଞ୍ଚ ପଦବୀ ହରାଇଲେ ଝିଲିପ୍ରଭା ,ବିଜେଡି ସମର୍ଥିତ ଦେବଶ୍ରୀ ଦାଶ ବିଜୟୀ

ଭୁବନ ୨୧.୮- ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ର ସରପଞ୍ଚ ଝିଲୀପ୍ରଭା ବେହେରା ୩ ଟି ସନ୍ତାନ ଯୋଗୁ ତାଙ୍କ ପଦବୀ ହରାଇଛନ୍ତି । ଶ୍ରୀମତୀ ବେହେରା ୩ ଟି ସନ୍ତାନ ର ଜନନୀ ହୋଇ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପ୍ରାର୍ଥୀନୀ ହୋଇ ବିଜୟୀ ହୋଇଥିଲେ । ସେ ତାଙ୍କ ପ୍ରତିଦ୍ବନ୍ଦୀ ଦେବଶ୍ରୀ ଦାଶ ଙ୍କୁ ୧୪୭ ଖଣ୍ଡ ଭୋଟ ରେ ପରାସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ପରାଜିତ ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ଦେଵଶ୍ରୀ ଦାଶ ଭୁବନ ଜେ ଏମ ଏଫ୍ ସି କୋର୍ଟ ରେ ଝିଲୀପ୍ରଭା ଙ୍କ ବିରୋଧରେ ୩ ଟି ସନ୍ତାନ ର ଜନନୀ ବୋଲି ମାମଲା ରୁଜୁ କରିଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ଜବାବ ସୁଆଲ ଏବଂ ଗ୍ରାମ ପଞ୍ଚାୟତ ଆଇନ ୟୁ /ଏସ -୨୫ (ଆଇ) ( ଭି )ଆଧାର ରେ ଜେ ଏମ ଏଫ୍ ସି ଶ୍ରୀମତୀ ପୁନମ ସେଠ ପ୍ରତିପକ୍ଷ ଦେବଶ୍ରୀ ଦାଶ ଙ୍କୁ ବିଜୟୀ ଘୋଷଣା କରିଥିଲେ।କୋର୍ଟ ର ଏହି ରାୟ ସମ୍ପର୍କରେ ଭୁବନ ବିଡ଼ିଓ ଏବଂ ଢେ଼ଙ୍କାନାଳ ଜିଲ୍ଲାପାଳଙ୍କୁ ଚିଠି ଦ୍ବାରା ଅବଗତ କରାଯାଇଛି । ବିଦାୟୀ ସରପଞ୍ଚ ଝିଲିପ୍ରଭା ବେହେରା ତିନୋଟି ସନ୍ତାନ ର ଜନନୀ ଥାଇ ଏହା ପୂର୍ବରୁ ୨୦୧୨ ରୁ ୨୦୧୭ ପୁରା ପାଞ୍ଚ ବର୍ଷ ସରପଞ୍ଚ ଦାୟିତ୍ୱରେ ରହିଥିଲେ । ସେହି ସମୟରେ ମଧ୍ୟ ତାଙ୍କ ବିରୋଧରେ ମାମଲା ଚାଲିଥିଲା । କୋର୍ଟ ଦ୍ଵାରା ବିଜୟୀ ଘୋଷିତ ହୋଇଥିବା ଦେବଶ୍ରୀ ଙ୍କ ସ୍ବାମୀ ମାନସ କୁମାର ଦାଶ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ସରପଞ୍ଚ ଥିଲେ । କୋର୍ଟ ରାୟ ପରେ ଏହି ବିଜୟ ଏକତାଳି ପଞ୍ଚାୟତ ବାସୀ ଙ୍କ ବିଜୟ ,ଧର୍ମ ର ବିଜୟ ବୋଲି ଦେବଶ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଦେବଶ୍ରୀ ଶାସକ ଦଳ ସମର୍ଥିତ ପ୍ରାର୍ଥୀନୀ ହୋଇଥିବାରୁ ସାରା ପଞ୍ଚାୟତ ରେ ବିଜେଡ଼ି ମହଲ ରେ ଆନନ୍ଦ ପ୍ରକାଶ ପାଇଛି।


ସୁଶାନ୍ତ କୁମାର ପୋଥାଳ ଭୁବନ ଢେ଼ଙ୍କାନାଳ