ପାଇପ୍‌ଲାଇନ୍‌ରୁ ୨୪ ହଜାର ଲିଟର ପେଟ୍ରୋଲ-ଡିଜେଲ ଚୋରି , ପେଟ୍ରୋଲ ପମ୍ପ ମାଲିକ ସମେତ ୭ ଅଭିଯୁକ୍ତ ଗିରଫ

ପାଇପ୍‌ଲାଇନ୍‌ରୁ ୨୪ ହଜାର ଲିଟର ପେଟ୍ରୋଲ-ଡିଜେଲ ଚୋରି କରିଥିଲେ, ପେଟ୍ରୋଲ ପମ୍ପ ମାଲିକ ସମେତ ୭ ଅଭିଯୁକ୍ତ ଗିରଫ

ପାଇପ୍‌ଲାଇନ୍‌ରୁ ୨୪ ହଜାର ଲିଟର ପେଟ୍ରୋଲ-ଡିଜେଲ ଚୋରି , ପେଟ୍ରୋଲ ପମ୍ପ ମାଲିକ ସମେତ ୭ ଅଭିଯୁକ୍ତ ଗିରଫ

ପାଇପ୍‌ଲାଇନ୍‌ରୁ ୨୪ ହଜାର ଲିଟର ପେଟ୍ରୋଲ-ଡିଜେଲ ଚୋରି କରିଥିଲେ,

ପ‌େଟ୍ରୋଲ ପମ୍ପ ମାଲିକ ସମେତ ୭ ଅଭିଯୁକ୍ତ ଗିରଫ

ସମ୍ବଲପୁର/ଯୁଯୁମୁରା: ପାଇପ୍‌ଲାଇନ୍‌ରୁ ୨୪ ହଜାର ଲିଟର ପେଟ୍ରୋଲ ଓ ଡିଜେଲ ଚୋରି ଅଭିଯୋଗରେ ସମ୍ବଲପୁର ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପେଟ୍ରୋଲ ପମ୍ପର ମାଲିକ ମଧ୍ୟ ଥିବା ଜଣାଯାଇଛି। ସମ୍ବଲପୁର ପୁଲିସ ଏନେଇ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଖାଲି ଟ୍ୟାଙ୍କର, କାର୍, ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ହାତୀବାରି ଜଙ୍ଗଲ ଭିତର ଦେଇଯାଇଥିବା ପାଇପ୍‌ଲାଇନ୍‌ରୁ ପେଟ୍ରୋଲ ଓ ଡିଜେଲ ଚୋରି ହୋଇଥିବା ନେଇ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡର ପାଇପ୍‌ଲାଇନ୍‌ ଡିଭିଜନ୍‌ର ସହକାରୀ ପରିଚାଳକ ନରେନ୍ଦ୍ର ବେହେରା ଅଭିଯୋଗ ଆଣିଥିଲେ। ଶ୍ରୀ ବେହେରା ଗତ ୧୦ ତାରିଖ ଦିନ ଅଭିଯୋଗରେ ଦର୍ଶାଇଥିଲେ ଯେ, ଜଟଣୀ-ସମ୍ବଲପୁର ପାଇପ୍‌ଲାଇନ୍‌ ସେକ୍ସନରୁ ଡିଜେଲ ଚୋରି ହୋଇଛି। ଏହି ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା

ପୁଲିସ ଘଟଣାର ତଦନ୍ତ ପରେ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତମାନେ ୧୨ ହଜାର ଲିଟର ପେଟ୍ରୋଲ ଏବଂ ସମାନ ପରିମାଣର ଡିଜେଲ (୧୨ ହଜାର) ଚୋରି କରିଥିଲେ। ମହମଦ ସୁଲତାନ (୨୩), ଅବଦୁଲ ଅମିନ (୩୩), ଏସ୍‌କେ ଅଜମଦ୍‌(୩୨), କିଶୋର ସିଂହ (୩୫), ଚନ୍ଦ୍ରଶେଖର ଚାନ୍ଦ (୩୩), ସୁନୀଲ କୁମାର ପଣ୍ଡା (୨୬), ଅଟଳ ବିହାରୀ ସାହୁଙ୍କୁ ପୁଲିସ ଗିରଫ କରିଛି। ପ୍ରଥମ ୫ ଜଣ ଅଭିଯୁକ୍ତଙ୍କ ଘର ସମ୍ବଲପୁର ଜିଲ୍ଲା ହୋଇଥିଲା ବେଳେ ଅନ୍ୟ ୨ ଜଣଙ୍କ ଘର ବରଗଡ଼ ଓ କଳାହାଣ୍ଡି। ପୁଲିସ କହିଛି ଅଭିଯୁକ୍ତମାନଙ୍କ ଠାରୁ ଏକ ଟ୍ୟାଙ୍କର (ଓଡି ୦୫ୟୁ-୦୫୫୩) ଓ ହୋଣ୍ଡା ଆଇ୨୦ କାର (ଓଡି ୦୮କ୍ୟୁ-୯୦୪୧) ଜବତ ହୋଇଛି।