ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା'ସମଲେଶ୍ୱରୀ

ଆଜି ପବିତ୍ର ମହାଳୟା । ଏହି ଅବସରରେ ମା' ସମଲେଶ୍ୱରୀଙ୍କ ସ୍ୱତନ୍ତ୍ର ବେଶ ହୋଇଛି । ଆଜି ମା' ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ହୋଇଛି । ପବିତ୍ର ମହାଳୟା ଅବସରରେ ମାଦ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆଜି ମହାଳୟା ଥିବାରୁ ବିଶେଷ ପୂଜାର୍ଚନା କରାଯିବା ସହ ଧବଳମୁଖୀ ବେଶ କରାଯାଇଛି ।
ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗା, ଗୟାରେ ସ୍ନାନ କରିବାର ନୀତି ନିୟମ ରହିଛି । ତେବେ ଯେଉଁମାନେ ଗଙ୍ଗା, ଗୟା ଯାଇପାରିନାହାନ୍ତି, ସେମାନେ ପିତୃପୁରୁଷ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି । ମାଙ୍କ ଏହି ବେଶକୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି । ଏଥିପାଇଁ ମା'ଙ୍କ ପୀଠରେ ପ୍ରବଳ ଭିଡ ଲାଗିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।