ଆରପାରି କୁ ଚାଲିଗଲେ ଓଲିଉଡ ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ

ହାଇଦ୍ରାବାଦ ରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଆରପାରିକୁ ଚାଲିଗଲେ ପିଣ୍ଟୁ ନନ୍ଦ

ଆରପାରି କୁ ଚାଲିଗଲେ ଓଲିଉଡ ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ

ହାଇଦ୍ରାବାଦ: ଲୋକପ୍ରିୟ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 45 ବର୍ଷ ବୟସ ହୋଇଥିଲା।

 ଦୀର୍ଘ ଦିନରୁ ପିଣ୍ଟୁ ନନ୍ଦ ଯକୃତ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟାରି ସାଇନ୍ସ (ଆଇଏଲବିଏସ୍) କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଯକୃତ ପ୍ରତିରୋପଣ ପାଇଁ ଯୋଜନା ମଧ୍ୟ କରାଯାଇଥିଲା। ତେବେ ଅଙ୍ଗ ଦାତା ଉପଲବ୍ଧ ନ ଥିବାରୁ ଅଭିନେତାଙ୍କୁ ନୂଆଦିଲ୍ଲୀରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଦୀର୍ଘ ସମୟ ଧରି ମୃତ୍ୟୁ ସହ ସ°ଗ୍ରାମ କରି ଶେଷ ରେ ହାରି ଯାଇଥିଲେ ପିଣ୍ଟୁ, ବୁଧବାର ମଧ୍ୟ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ପରେ ଓଡିଆ ଚଳଚ୍ଚିତ୍ର ଜଗତରେ ଉପରେ ଏକ ଘୋର ଅବନତି ଘଟିଲା | ଯାହାକି ଏକ ଅପୁରଣିୟ କ୍ଷତି ହେଲା ବୋଲି ମାନି ନେବାକୁ ପଡ଼ିବ। 

ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ବେଶ୍ ସକ୍ରିୟ ରହି ଆସିଥିଲେ । ପିଣ୍ଟୁ ନନ୍ଦଙ୍କୁ ଦର୍ଶକ କେତେବେଳେ ଖଳନାୟକ, କେତେବେଳେ ସହନାୟକ ତ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି। ସେଥିମଧ୍ୟରୁ ତାଙ୍କ ଅଭିନୀତ ଆଲବମ୍ ଏ ଗଉରା ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା।

ସିନେ ପରଦାରେ ଆସି ସେ ଓଡ଼ିଆ ଦର୍ଶକଙ୍କୁ କେତେବେଳେ ହସାଇଛନ୍ତି, କେତେବେଳେ କନ୍ଦାଇଛନ୍ତି । ଜଣେ ଭଲ ଚରିତ୍ର ଅଭିନେତା ଭାବରେ ତାଙ୍କର ନାଁ ରହିଥିଲା ।

ଟେଲିଫିଲ୍ମରୁ ସେ ତାଙ୍କର କାରିଅର ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରୁ ସେ ଛୋଟ ଛୋଟ ଭୂମିକାରେ ଅଭିନୟ କରୁଥିଲେ । ୧୮ ବର୍ଷ ବୟସରେ ୧୯୯୬ ମସିହାରେ ‘କୋଇଲି’ ଫିଲ୍ମରେ ସେ ପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି –‘ରଙ୍ଗ ନମ୍ବର(୨୦୨୨),ପ୍ରେମ ଋତୁ ଆସିଲାରେ(୨୦୦୬), ଦୋସ୍ତି(୨୦୧୧), ହାତ ଧରି ଚାଲୁଥା(୨୦୧୧) ଓ ରୁମ୍‌କୁ ଝୁମା(୨୦୧୩) ।

ପିଣ୍ଟୁ ତାଙ୍କ ଜୀବନ କାଳରେ ଅନେକ ଚରିତ୍ର ରେ ଚମତ୍କାର ଅଭିନୟ କରି ଖୁବ୍ କମ୍ ଦିନରେ ଲୋକପ୍ରିୟତା ହାସଲ କରି ପାରିଥିଲେ। ସେ ଛୋଟ ପରଦା ହେଉ ବା ବଡ ପରଦା ଅଭିନୟ ଟିକୁ ଏପରି ନିଖୁଣ ଭାବେ କରୁଥିଲେ ଯେ ଯେ କୌଣସି ବର୍ଗର ଲୋକେ ତାଙ୍କୁ ବେଶ ଖୁସି ରେ ଗ୍ରହଣ କରୁଥିଲେ। ହେଲେ ଅଭିନୟ କରୁ କରୁ ଆଜି ଏପରି ଅଫେରା ରାଇଜକୁ ଚାଲିଗଲେ ଯେ ଆଉ ତାଙ୍କର ଅଭିନୟ ଦେଖିବାକୁ ମିଳିବ ନାହିଁ। 

ବୟସ ବେଶି ହୋଇନି ହେଲେ ଲିଭର ସୋରିଆସିସ୍ ଭଳି ଏକ ଗୁରୁତର ରୋଗ ତାଙ୍କୁ କବଳିତ କରିଥିଲା। ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସାରା ସିନେ ଜଗତ ପ୍ରାର୍ଥନା କରିଥିଲା । ହେଲେ ଶେଷରେ ସେ ସମସ୍ତଙ୍କୁ ଛାଡି ପରପାରିକୁ ଚାଲିଯାଇଛନ୍ତି ।

ତାଙ୍କର ଏହି ଅକାଳ ବିୟୋଗରେ ଓଡିଶା ନିୟୁଜ୍ ମେକର୍ସ ପରିବାର ପକ୍ଷରୁ ଗଭୀର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି