କେନ୍ଦୁଝର ଦେଇ ଚଳାଚଳ କଲା ରାଞ୍ଚି-ଭେଲୁପୁରମ ଏକ୍ସପ୍ରେସ୍
କେନ୍ଦୁଝର ଦେଇ ଚଳାଚଳ କଲା ରାଞ୍ଚି-ଭେଲୁପୁରମ ଏକ୍ସପ୍ରେସ୍
*କେନ୍ଦୁଝର ଦେଇ ଚଳାଚଳ କଲା ରାଞ୍ଚି-ଭେଲୁପୁରମ ଏକ୍ସପ୍ରେସ୍*
କେନ୍ଦୁଝର : ଭାରତୀୟ ରେଳବାଇ ପକ୍ଷରୁ ରାଞ୍ଚିଠାରୁ ଭେଲୁପୁରମ ଭାୟା କେନ୍ଦୁଝର ଦେଇ ଏକ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ୍ ଟ୍ରେନ୍ ସାମୟିକ ଭାବେ ଚଳାଚଳ କରିଛି। ଦକ୍ଷିଣ-ପୂର୍ବ ରେଳବାଇର ସହକାରୀ ଟ୍ରାନ୍ସପୋର୍ଟ ମ୍ୟାନେଜର କୌଶିକ ମୁଖାର୍ଜୀଙ୍କ ଦସ୍ତଖତରେ ପ୍ରକାଶିତ ବିଜ୍ଞପ୍ତିରେ, ଏହି ସ୍ବତନ୍ତ୍ର ଟ୍ରେନ୍ ସର୍ବମୋଟ୍ ୪ଥର ଯାତାୟାତ କରିବା ସହ ଏହା ଫେବୃୟାରୀ ୩ରୁ ୨୪ ଯାଏ ଚାଲିବ ବୋଲି ଚିଠି କରିଥିଲେ। ତେବେ ଏହା ନିୟମିତ କରିବାକୁ ସାଧାରଣରେ ଦାବି ହୋଇଛି। ଏହି ଟ୍ରେନ ଶନିବାର ସକାଳ ୮.୪୫ରେ କେନ୍ଦୁଝରଗଡ଼ ରେଳଷ୍ଟେଶନରୁ ବାହାରି ମଧ୍ୟାହ୍ନ ୧୨.୩୫ରେ ଭୁବନେଶ୍ୱରରେ ପହଞ୍ଚିଛି। ତେବେ ଏହା କେନ୍ଦୁଝର ଜିଲାର କେବଳ ହରିଚନ୍ଦନପୁର ଷ୍ଟେଶନରେ ମାତ୍ର ୨ମିନିଟ୍ର ରହଣି ଥିବାବେଳେ ଅନ୍ୟ କୌଣସି ଷ୍ଟେଶନରେ ଏହି ଟ୍ରେନ୍ ରହିବ ନାହିଁ ା ଅନ୍ୟପକ୍ଷରେ ଫେରିବା ବେଳେ ଟ୍ରେନଟି ମଙ୍ଗଳବାର ସନ୍ଧ୍ୟା ୫ଟା୧୫ରେ ଭେଲୁପୁରମ ବାହାରି ବୁଧବାର କେନ୍ଦୁଝରଗଡ଼ ଷ୍ଟେଶନରେ ରାତି ୧୦.୫୦ରେ ପହଞ୍ଚିବ। ଅପ୍ ଟ୍ରେନ ନମ୍ବର ୦୮୦୬୮ ହୋଇଥିବା ବେଳେ ଡାଉନ ନମ୍ବର ୦୮୦୬୭ ଏକ୍ସପ୍ରେସ ଟ୍ରେନ ଅଟେ।
ସୂଚନା ଅନୁସାରେ, ଏକ୍ସପ୍ରେସ ଟ୍ରେନଟି ପରୀକ୍ଷାମୂଳକ ଭାବେ ଚଳାଚଳ କରାଯାଇଥିବା ଜଣାପଡ଼ିଛି। ଶନିବାର କେନ୍ଦୁଝରଗଡ଼ ପ୍ଲାଟ୍ଫର୍ମରେ ବହୁ ଯାତ୍ରୀ ଟ୍ରେନରେ ଯାତ୍ରା କରିଛନ୍ତି। ତେବେ ସାମୟିକ ଭାବେ ଏହା ଚାଲିବା ସହିତ କେନ୍ଦୁଝରରୁ ଭୁବନେଶ୍ୱର ଦୂରତା ମାତ୍ର ୪ ଘଣ୍ଟା ରହିଥିବାରୁ ଏହାକୁ ନିୟମିତ କରିବା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଷ୍ଟି ଦେବାକୁ ଦାବିହୋଇଛି।