କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ଯାଜପୁର ଜିଲା ସୁକିନ୍ଦାରୁ କୋଇଲା ବୋଝେଇ କରି କେନ୍ଦୁଝର ଜିଲା ବାଂଶପାଣିକୁ ଆସୁଥିବା ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା।

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ଯାଜପୁର ଜିଲା ସୁକିନ୍ଦାରୁ କୋଇଲା ବୋଝେଇ କରି କେନ୍ଦୁଝର ଜିଲା ବାଂଶପାଣିକୁ ଆସୁଥିବା ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ହରିଚନ୍ଦନପୁର ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁ ଲିଭାଇବା ପରେ ଟ୍ରେନ୍‌ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା। ଲୋକପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣା ଏଡ଼ାଇ ଯାଇଥିଲା।

ସୂଚନା ଅନୁଯାୟୀ, ବାଂଶପାଣି ଅଭିମୁଖେ ଯାଇଥିବା କୋଇଲା ବୋଝେଇ ଟ୍ରେନର ୬ଟି ବଗିରୁ ଗୁରୁବାର ଅପରାହ୍ନରେ ଧୂଆଁ ବାହାରୁଥିବା ଲୋକପାଇଲଟ ଦେଖି ହରିଚନ୍ଦନପୁର ରେଳ ଷ୍ଟେଶନକୁ ସୂଚନା ଦେଇଥିଲେ। ହରିଚନ୍ଦନପୁର ରେଳ ଷ୍ଟେଶନରେ ଟ୍ରେନ୍‌ଟି ପ୍ରାୟ ୧.୩୦ରେ ପହଞ୍ଚି ଥିଲା। ଷ୍ଟେଶନ ମାଷ୍ଟରଙ୍କଠାରୁ ଖବର ପାଇ ହରିଚନ୍ଦନପୁର ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ପାଖାପାଖି ୫ ଟାରେ ନିଆଁ ଲିଭିବା ପରେ ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିଥିଲା। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଏ ନେଇ ହରିଚନ୍ଦନପୁର ରେଳ ଷ୍ଟେଶନ ମାଷ୍ଟର ସୁରେଶ କୁମାର ପଲେଇ କହିଛନ୍ତି, ଖରା ଦିନରେ କୋଇଲା ବୋଝେଇ ଟ୍ରେନ୍‌ ଅନେକ ସମୟରେ ପବନ ବାଜି ଆପେ ନିଆଁ ଲାଗିଯାଇଥାଏ। ତେବେ ନିଆଁ ଲିଭିବା ପରେ ଟ୍ରେନ୍‌କୁ ଛଡ଼ାଯାଇଛି। କୌଣସି ଅଘଟଣ ଘଟିନାହିଁ।