ହକି ବିଶ୍ବକପ ଟ୍ରଫି ସୁନ୍ଦରଗଡ଼ ସହର ପରିକ୍ରମା କରୁଛି।
ହକି ବିଶ୍ବକପ ଟ୍ରଫି ସୁନ୍ଦରଗଡ଼ ସହର ପରିକ୍ରମା କରୁଛି। ମହେଶଡିହିଠାରୁ ଏହି ଟ୍ରଫି ଟୁର ଆରମ୍ଭ ହୋଇଛି। ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ବିଶ୍ବକପ ଟ୍ରଫିକୁ ସ୍ବାଗତ କରିଥିଲେ। ଏହି ଟ୍ରଫିକୁ ସ୍ଵାଗତ କରିବା ପାଇଁ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢିଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
ଟ୍ରଫିକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଏବଂ ଅନ୍ୟବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ। ଓଡିଶୀ ନୃତ୍ୟ, ପାଲା, ସଂକୀର୍ତ୍ତନ, ଆଦିବାସୀ ନୃତ୍ୟ ଟ୍ରଫି ଟୁରକୁ ଅଧିକ ଆକର୍ଷଣୀୟ କରିଛି।
CMO Odisha Information & Public Relations Department, Government of Odisha Department of Sports and Youth Services, Government of Odisha








