ଶେଷ ହୋଇଛି କ୍ୟାବିନେଟ ବୈଠକ: ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
ଶେଷ ହୋଇଛି କ୍ୟାବିନେଟ ବୈଠକ: ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର*

File photo
ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି।
ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଲାଗି ୧୦୦ ସିଟ୍ ବିଶିଷ୍ଟ ୨୩୭ଟି ହଷ୍ଟେଲ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି
ସେହିପରି ଭୁବନେଶ୍ୱରରେ ଜଳଯୋଗାଣ ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଅନୁମୋଦନ ମିଳିଛି।
ଏମ୍ଏସ୍ଏମଇ ନୀତି ୨୦୧୬ରେ ସଂଶୋଧନ ସହ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ଅଣାଯାଇଛି।
ସେହିପରି ତୃତୀୟ ଲିଙ୍ଗୀ ସନ୍ତାନଙ୍କ ପରିବାର ପେନ୍ସନ, ଜେଲରେ କଏଦୀଙ୍କ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଏବଂ ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ ଏକର ଜମିକୁ ଅନୁମୋଦିତ କରିଛି କ୍ୟାବିନେଟ।
ଏଥିସହ ଜଳ ସମ୍ପଦ ବିଭାଗର ଡ୍ରେନେଜ ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି ।
ବିଭାଗର ଏହି ନୂଆ ଯୋଜନା ଲାଗି କ୍ୟାବିନେଟରେ ଅର୍ଥ ମଧ୍ୟ ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି।