ପ୍ରଥମ ଦିନରୁ ତାତିଲା ଗୃହ: କକ୍ଷତ୍ୟାଗ କଲା ବିଜେପି, ପୋଡିୟମ ତଳେ କଂଗ୍ରେସର ଧାରଣା
ଷୋଡଶ ବିଧାନସଭାର ୧୨ଶ ଅଧିବେଶନର ପ୍ରଥମ କାର୍ଯ୍ୟ ଦିବସରେ ଉପସ୍ଥିତ ଅଛନ୍ତି ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର: ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ତଥା ଓଡିଶା ବିଧାନସଭା ବଜେଟ ଅଧିବେଶନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ମାତ୍ର ପ୍ରଥମ ଦିନରୁ ହିଁ ଗୃହରେ ହଟ୍ଟଗୋଳ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ ହଟ୍ଟଗୋଳ । ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୃହରେ କଂଗ୍ରେସ ନାରାବାଜି କରିଛି । ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ବେଳେ ବିରୋଧୀ ବିଜେପି ବିଧାୟକ କକ୍ଷତ୍ୟାଗ କରିଥିବା ବେଳେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ । ବିରୋଧୀ ବିଜେପି କକ୍ଷତ୍ୟାଗ କରିବା ପରେ ବିଧାନସଭାର ପ୍ରବେଶ ପଥରେ ଧାରଣା ଦେଇଛନ୍ତି । ବିଜେପି ସଦସ୍ୟମାନେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ଧାରଣାରେ ବସିଥିଲେ । ପ୍ଲାକାର୍ଡରେ 'ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କହିବା ବନ୍ଦ କର' ବୋଲି ଉଲ୍ଲେଖଥିବା ଦେଖିବାକୁ ମିଳିଥିଲା ।
ଅନ୍ୟପଟେ ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି ଯେ, ପୁଞ୍ଜି ନିବେଶରେ ସମ୍ଭାବନା ସୃଷ୍ଟି କରିଛି ମେକ୍ ଇନ୍ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନା ପାଇଁ ଆଗରେ ରହିଛି ଓଡ଼ିଶା । ଖରିଫ୍ ଫସଲ ଋଣ ପ୍ରଦାନ ଲକ୍ଷ୍ୟ ୯ ହଜାର କୋଟି ରହିଛି । ସେହିପରି ଶିଳ୍ପ କ୍ଷେତ୍ରରେ ପୂର୍ବ ଭାରତରେ ଓଡ଼ିଶା ଆଗୁଆ ରହିଛି । 5T ଓ ମୋ ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିଛି । ଧାନ ସଂଗ୍ରହ କରିବାରେ ଓଡ଼ିଶାକୁ ସଫଳତା ମିଳିଥିବା ନିଜ ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।