କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବେରୁଣିପଦି ଗାଁରେ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି

କେନ୍ଦୁଝର :ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବେରୁଣିପଦି ଗାଁରେ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଡାକ୍ତର ପ୍ରଦୀପ ସେଠୀଙ୍କ ତତ୍ତ୍ବାବଧାନରେ ଆରମ୍ଭ କରାଯାଇଥିବା ଏହି ବିଦ୍ୟାଳୟରେ ଗ୍ରାମାଞ୍ଚଳର ୨୫ ଶହ ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ପାଠ ପଢ଼ାଇବାକୁ ଯୋଜନା କରାଯାଇଛି ।ପ୍ରଦୀପ ସେଠୀଙ୍କ ନିଜ ଗାଁ ବେରୁଣିପଦିରେ ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ଅଗ୍ରସର କରାଇବାକୁ ଏହି ପରିକଳ୍ପନା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି ।କାର୍ୟ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ,, ସାଂସଦ ଚନ୍ଦ୍ରାଣି ମୁର୍ମୁ, ମେଣ୍ଟର ସଲିଳ ଚତୁର୍ବେଦୀ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଚର୍ତୁବେଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମତ ବ୍ୟକ୍ତ କରିଥିଲେ ।
ସେ କହିଥିଲେ ଯେ ବିଦ୍ୟାଳୟ ଏକ ଏପରି ସ୍ଥାନ ଯାହା ଯୋଗଚନ୍ମାଙ୍କ ଉପରେ ନିର୍ମିତ ହୋଇଛି ।ଯାହା ଏକ ସୁସଙ୍ଗତ ଜୀବନକୁ ପୋତ୍ସାହନ କରିବା ପାଇଁ ବୌଦ୍ଧିକ ଏବଂ ଆଧାତ୍ମିକ ଶିକ୍ଷାକୁ ଲକ୍ଷ୍ୟ କରିଥାଏ । ଏହା ସହିତ ଭିଡିଓ କମ୍ପେସିଙ୍ଗ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଶିକ୍ଷାକୁ ପରିବର୍ତ୍ତନ କରିବା ପାଇଁ ଏକ ପଦକ୍ଷେପ ନେଇଥିବାରୁ ପ୍ରତିଷ୍ଠାତାଂ ଏବଂ ପରାମର୍ଶଦାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଶିକ୍ଷା ବ୍ୟବସ୍ଥା ଏପରି କି ଯାହା ଆସନ୍ତା ଯୁବପିଢିର ଶାରୀରିକ,ମାନସିକ,ଏବଂ ଆଧାତ୍ମିକ ସୁସ୍ଥତାକୁ ଲକ୍ଷ୍ୟ କରିଥାଏ । ଏହି ବିଦ୍ୟାଳ୍ର ପଛରେ ଥିବା ଲକ୍ଷ୍ୟକୁ ପ୍ରଶଂସା କରି କହିଛନ୍ତି ଆମ ଚର୍ତୁପାଶ୍ୱର୍ରେ ଆମେ ବିଶ୍ୱକୁ ବୁଝିବା ପାଇଁ ଜ୍ଞାନ ପ୍ରଦାନ କରେ ଏବଂ ନିରନ୍ତର ଅଭିବୃଦ୍ଦି ବଜାୟ ରଖିବା ପାଇଁ ଏହାକୁ ଆମେ ସୁବିଧାରେ ବ୍ୟବହାର କରେ । ଏହାର ମଧ୍ୟ ଭାବପ୍ରବଣ ଏବଂ ଆଧାତ୍ମିକ ଆବଶ୍ୟକତା ଅଛି । ତେଣୁ ସେ କହିଛନ୍ତି ,ଆମେ ମଡେଲ ବିଶ୍ୱ ସଭ୍ୟତା ସୃଷ୍ଟି କରିବା ପାଇଁ ଏକାଠି ହେବା ଆବଶ୍ୟକ ଯେଉଁଠାରେ ଭାରତର ଗାଁ ଏବଂ ସହର ଗୁଡିକରେ ପ୍ରତ୍ୟେକ ପିଲା ଆଧାମ୍ବିକ ମହନିୟତା ସହିତ ଦକ୍ଷତା ବିକାଶ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହା ସହ ସେ ଶିକ୍ଷାକୁ କିପରି ଭାବେ ପରିବର୍ତ୍ତନ ମାଧ୍ୟମରେ ଶିକ୍ଷା ଦିଆଯାଉଛି ସେ ମୋ ସ୍କୁଲର ଉଦାହରଣ ଦେଇଥିଲେ । କିଭଳି ଭାବେ ସେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମୋ ସ୍କୁଲ ସହିତ ସଂଯୋଗ କରି ଶିକ୍ଷାବ୍ୟବସ୍ଥାକୁ ଆହୁରି ତ୍ୱରାନିତ କରିବ । ବିଦ୍ୟାଳୟଗୁଡ଼ିକର ପରିବର୍ତ୍ତନ ବିଷୟରେ ସେ କହିଛନ୍ତି ଯେ ଓଡିଶାରେ ଆମର ପିଲାମାନଙ୍କୁ ଆଧୁନିକ ସୁବିଧା ଯୋଗାଇ ବିଶ୍ୱସ୍ତରୀୟ ମାନକ ଶିକ୍ଷା ପ୍ରଦାନ କରିବା ଏକ ମିଶନରେ ଅଛି। ସ୍ମାର୍ଟ କ୍ଲାସ୍ ରୁମ୍, ଆଧୁନିକ ଲାଇବ୍ରେରୀ, ଲାବୋରେଟୋରୀ, କ୍ରୀଡା ପାଇଁ ସୁବିଧା ସହିତ ଆମେ ୪୦୦୦ ରୁ ଅଧିକ ବିଦ୍ୟାଳୟକୁ ପରିବର୍ତ୍ତନ କରିଛୁ ଏବଂ ୫ ଟି ବିଦ୍ୟାଳୟ ପରିବର୍ତ୍ତନ ଅଧୀନରେ ପ୍ରାୟ ୩୦୦୦ ବିଦ୍ୟାଳୟ ଚାଲିଛି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ ।