ବିଶ୍ୱ ର ସର୍ବବୃହତମ ରଥ

କେନ୍ଦୁଝର ବଡ ଦାଣ୍ଡରେ ଗଡ଼ିଲା ବିଶ୍ଵର ସର୍ବ ବୃହତମ ରଥ, ପ୍ରବଳ ଭକ୍ତଙ୍କ ସମାଗମ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ବିଶ୍ୱ ର ସର୍ବବୃହତମ ରଥ

କେନ୍ଦୁଝର: କେନ୍ଦୁଝର ବଡ ଦାଣ୍ଡରେ ଗଡିଲା ବିଶ୍ଵର ସର୍ବବୃହତମ ରଥ କେନ୍ଦୁଝର ଜଗନ୍ନାଥଙ୍କର ରଥ। କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଆଜି ଜଗତରନାଥ ଜଗନ୍ନାଥଙ୍କର ରଥଯାତ୍ରା ପାଳିତ ହୋଇଯାଇଛି । କେନ୍ଦୁଝର ମନ୍ଦିର ର ନାଁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ହୋଇଥିବା ବେଳେ ରଥ ର ନା ହେଉଛି ନନ୍ଦିଘୋଷ ରଥ ।

 ଶ୍ରୀ ଶ୍ରୀ ବଳଦେବକାଉଙ୍କର ମନ୍ଦିରଠାରୁ ପ୍ରଭୁ ବଳଭଦ୍ର , ଶୁଭଦ୍ରା ଓ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଚାରି ପଟ ତିନି ଥର ପରିକ୍ରମା କରିବା ପରେ ୪ଟା ସମୟରେ ରଥାରୁଢ ହୋଇଥିଲେ । କେନ୍ଦୁଝରର ଯୁବରାଜ ଧନୁର୍ଜ୍ଜୟ ନାରାୟଣ ଭଞ୍ଜଦେଓ ଛେରା ପହଁରା କରିବା ପରେ ଶେଷରେ ଅପରାହ୍ନ ୫.୩୫ ମିନିଟ ସମୟରେ ରଥଟଣା ଆରମ୍ଭ ହୋଇଥିଲା । ଏ ବର୍ଷ ପ୍ରଥମ ଥର ପାଇଁ ରଥର ଗୋଟିଏ ଦଉଡି କେବଳ ମହିଳା ମାନେ ଟାଣିବାର ବ୍ୟବସ୍ଥା କରାଯାଇଥିଲା ଓ ମହିଳା ମାନେ ଆତି ଆନନ୍ଦ ର ସହ ରଥ ଟାଣି ଥିଲେ ।

ହେଲେ ରଥ ଟଣା ହେବା ସମୟ ରେ ଜିଲ୍ଲା ପ୍ରଶାସନ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସେବାୟତ ମାନେ ସେବା ବନ୍ଦ କରିଦେଇଥିଲେ। ଫଳରେ କିଛି ସମୟ ପାଇଁ ରଥ ଟଣା ବନ୍ଦ ହୋଇ ଯାଇଥିଲା ଏବଂ ଆଲୋଚନା ପରେ ପୁଣି ରଥ ଟଣା ହୋଇଥିଲା । ଆଜି ଅପରାହ୍ନରେ ପାଗ ଅନୁକୂଳ ଥିବାରୁ ଭକ୍ତଙ୍କର ପ୍ରବକ ଭିଡ଼ ପରିଲକ୍ଷିତ ହୋଇଥିଲା । ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତଙ୍କର ସମାବେଶ ହୋଇଥିଲା ଓ ଭକ୍ତ ମାନେ ରଥକୁ ଆଜି ଭକ୍ତପ୍ରତି ଭାବରେ ଟାଣି ଥିଲେ । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।