କଂଗ୍ରେସରେ ଯୋଗ ଦେଲେ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି
କଂଗ୍ରେସରେ ଯୋଗ ଦେଲେ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି

କଂଗ୍ରେସରେ ଯୋଗ ଦେଲେ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି
ଭୁବନେଶ୍ୱର: କଂଗ୍ରେସ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଶିକ୍ତା ପତି । କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଓଡ଼ିଶା ପିସିସି ପ୍ରଭାରୀ ଡଃ ଏ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟମାନଙ୍କ ଉପସ୍ଥିତିରେ ପ୍ୟାରୀଙ୍କ ଝିଅ ସିକ୍ତା ପତି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସରେ ସାମିଲ ହେବା ପରେ ଶିକ୍ତା ପତି କହିଛନ୍ତି, ଏକ ଜାତୀୟ ଦଳରେ ଅଂଶୀଦାର ହେବା ପାଇଁ ତାଙ୍କୁ ସୁଯୋଗ ମିଳିଛି । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରାରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳ ଯେଉଁ ଦାୟିତ୍ୱ ଦେବ ସେ ତାକୁ ସମ୍ଭାଳିବେ ବୋଲି କହିଛନ୍ତି ପ୍ୟାରୀମୋହନଙ୍କ ଝିଅ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପ୍ରବୀର କୁମାର ପ୍ରଧାନ, ଅବସରପ୍ରାପ୍ତ ରେଳସେବା ଅଧିକାରୀ ହେମନ୍ତ କୁମାର ଦତ୍ତ ଓ ରାଧାକାନ୍ତ ନାୟକ ମଧ୍ୟ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଗତ ସପ୍ତାହରେ ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ କଂଗ୍ରେସରେ ସାମିଲ ହେବା ପରେ ଆଜି ସିକ୍ତାଙ୍କ ଓ ଅନ୍ୟମାନେ ଯୋଗ ଦେବା କଂଗ୍ରେସ ପାଇଁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ସମ୍ଭାବନା ସୃଷ୍ଟି କରିଛି ବୋଲି ଡଃ ଚେଲ୍ଲାକୁମାର ମତ ଦେଇଛନ୍ତି ।