ବିରୋଧୀଙ୍କୁ ଟାର୍ଗେଟ୍ କଲେ ୫-ଟି ଅଧ୍ୟକ୍ଷ
ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ୫-ଟି ଅଧ୍ୟକ୍ଷ

ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ୫-ଟି ଅଧ୍ୟକ୍ଷ । ଗଂଜାମ ଗସ୍ତରେ ଥିବା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, କିଛି ଲୋକଙ୍କୁ ରୂପାନ୍ତରୀକରଣ ଦେଖାଯାଉନି । ଶ୍ରୀମନ୍ଦିର, ତାରା ତାରିଣୀ ଓ ସମଲେଶ୍ୱରୀ ମନ୍ଦିରର ଉଦାହରଣ ଦେଇ, ଆଖି ଖୋଲି ଦେଖିଲେ ଦିଶିବ ବିକାଶର ଅସଲ ଚିତ୍ର ବୋଲି କହିଛନ୍ତି ପାଣ୍ଡିଆନ ।
ଗଂଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଏକାଧିକ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ପ୍ରଥମେ ଏମକେସିଜି ମେଡିକାଲରେ କ୍ୟାନସର ହସ୍ପିଟାଲ ବୁଲି ଦେଖିବା ପରେ କିଭଳି କାମ ଶୀଘ୍ର ସରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ମେଡିକାଲ କନଫରେନ୍ସ ହଲରେ ପହଞ୍ଚି ଡାକ୍ତର, ଷ୍ଟାଫ୍ ନର୍ସ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ହଷ୍ଟେଲ ସୁôବିଧା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ସିଧାସଳଖ କଥା ହୋଇଥିଲେ ।ସେହିପରି ନିର୍ମାଣଧୀନ ରିଙ୍ଗ୍ ରୋଡର ବିକାଶ କାର୍ୟ୍ୟର ଅନୁଧ୍ୟାନ କରିଥିଲେ ୫-ଟି ଅଧ୍ୟକ୍ଷ । ନିର୍ଦ୍ଧାରିତ ସମୟ ଭିତରେ କିଭଳି କାର୍ୟ୍ୟ ସମ୍ପୂର୍ଣ୍ଣ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟପଟେ ଛତ୍ରପୁର ବ୍ଲକର ସିନ୍ଦୁରପୁର ଗାଁରେ ଥିବା ସିନ୍ଦୁରଶ୍ୱର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ମନ୍ଦିର ବିକାଶ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ ।