ଭିଜିଲାନ୍ସ ଜାଲରେ ଫସିଲେ ଇଏସ ଆଇ ଡିସପେନସାରୀର ବରିଷ୍ଠ କିରାଣୀ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ଇଏସଆଇ ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ

ଭିଜିଲାନ୍ସ ଜାଲରେ ଫସିଲେ ଇଏସ ଆଇ ଡିସପେନସାରୀର ବରିଷ୍ଠ କିରାଣୀ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ଇଏସଆଇ ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ | ବିଶ୍ୱନାଥ ସିଂହ ନାମକ ଜଣେ ଗ୍ୟାସ ଚୁଲା ମେକାନିକଙ୍କ ଫାଇଲ ପାସ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଅଭିରାମଙ୍କୁ ଧରିଥିଲା ଭିଜିଲାନ୍ସ ଟିମ | ତାଙ୍କ ନିକଟରୁ ଭିଜିଲାନ୍ସ ଟିମ ଲାଞ୍ଚ ଟଙ୍କା ଜବତ କରିଛନ୍ତି l ଏହାପରେ ତାଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

ବିଶ୍ୱନାଥ ୨୦୨୦ ମେ ମାସରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ | ତାଙ୍କୁ ପ୍ରଥମେ ଇଏସଆଇ ମଡେଲ ହସ୍ପିଟାଲ ଓ ପରେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା । ସୁସ୍ଥ ହୋଇ ଫେରିବା ପରେ ଚିକିତ୍ସା ଖର୍ଚ୍ଚ ପ୍ରାୟ ଲକ୍ଷେ ଟଙ୍କା ଫେରି ପାଇବାକୁ ରାଉରକେଲା ଆଇଟିଆଇ ନିକଟସ୍ଥ ଇଏସଆଇ ଡିସପେନସରୀରେ ବରିଷ୍ଠ କିରାଣୀ ଅଭିରାମ ସାହୁଙ୍କୁ ଦେଖା କରିଥିଲେ | ଆବଶ୍ୟକ କାଗଜପତ୍ର ମଧ୍ୟହ ଦାଖଲ କରିଥିଲେ | କିନ୍ତୁ ଅଭିରାମ ଫାଇଲ ପାସ କରିଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ବିଶ୍ୱନାଥ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ।