ପୁଣି ବଢ଼ିଲା ହରଡ ଡାଲି ଦର

କିଲୋ ପିଛା  ୧୫୨ ଟଙ୍କାରେ ବିକ୍ରି ହେଉଥିବା ହରଡ ଡାଲି  ଏବେ ୧୭୦ ଟଙ୍କା ଛୁଇଁଛି

ପୁଣି ବଢ଼ିଲା ହରଡ ଡାଲି ଦର

ପୁଣି  ବଢ଼ିଲା ହରଡ ଡାଲି ଦର । କିଲୋ ପିଛା  ୧୫୨ ଟଙ୍କାରେ ବିକ୍ରି ହେଉଥିବା ହରଡ ଡାଲି  ଏବେ ୧୭୦ ଟଙ୍କା ଛୁଇଁଛି । ୨୫ କିଲୋ ଡାଲି  ପ୍ୟାକେଟର ପାଇକାରୀ ଦର ୮୦୦ ଟଙ୍କା  ବଢ଼ିଛି । ଆଗକୁ ଡାଲି କିଲୋ ପିଛା ୨୦୦  ଟଙ୍କା ଛୁଇଁପାରେ ବୋଲି ଆଶଙ୍କା କରିଛି  ରାଜ୍ୟ ବ୍ୟବସାୟୀ ସଂଘ । କର୍ପୋରେଟ  ସଂସ୍ଥାଗୁଡିକ କୃତ୍ରିମ ଅଭାବ ସୃଷ୍ଟି କରିବା  ଯୋଗୁ ଡାଲି ଦର ବଢ଼ୁଛି ବୋଲି ସଂଘ  କହିଛି । 

ଏପଟେ ଡାଲି ମହଜୁଦ କରିବା  ଉପରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସତର୍କ  କରାଇଛନ୍ତି ରାଜ୍ୟ ସରକାର । ଅମଳ  ଏବଂ ଆମଦାନି ସତ୍ୱେ ଡାଲି ଦର ଉପରେ  ନିୟନ୍ତ୍ରଣ ନାହିଁ । ଚଳିତ ବର୍ଷ ପରିବା  ସହ ଅନ୍ୟ ସାମଗ୍ରୀ ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସରକାର  ଦରଦାମ ନିୟନ୍ତ୍ରଣ କରିବା ଦିଗରେ ସେଭଳି  ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁ ନ ଥିବା  ସଂଘ ପକ୍ଷରୁ କୁହାଯାଇଛି।