ରାସ୍ତା ମଝିରେ ହଠାତ୍ ଜଳିଲା ଟ୍ୟାଙ୍କର
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ନାକିଚି ଠାରେ ଏକ ଟ୍ୟାଙ୍କର ଚକାରେ ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ନାକିଚି ଠାରେ ଏକ ଟ୍ୟାଙ୍କର ଚକାରେ ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଖବର ପ୍ରଚାର ହେବା ପରେ ବାମୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ଘଟଣାରୁ ଜଣାପଡିଛି ଯେ ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ସିମେଣ୍ଟ ପାଉଡ଼ର ବୋଝେଇ କରି ଆସୁଥିବା ଟ୍ୟାଙ୍କର ପଛ ଚକାରେ ହଠାତ ନିଆଁ ଲାଗିଥିଲା । ଫଳରେ ହୁ ହୁ ହୋଇ ଜଳିବା ପରେ ଟ୍ୟାଙ୍କର ର ଚାଳକ ଗାଡି ଛାଡି ବହୁ ଦୂର କୁ ପଳାଇଯାଇଥିଲେ । ପରେ ଏହି ନିଆଁ କୁ ନେଇ ସ୍ଥାନୀୟ ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ବାମୁର ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନିଆଁ କୁ ଆୟତ କରିଥିଲେ ।