ଆସନ୍ତା ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା
ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିବ ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା

ଆସନ୍ତା ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିବ ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା । ନୂଆ ଆବେଦନକାରୀଙ୍କ ସମେତ ସହାୟତା ପାଇପାରିନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଡିସେମ୍ବର ୬ ତାରିଖ ସୁଦ୍ଧା ଯୋଗ୍ୟ ଓ ଅଯୋଗ୍ୟ ତାଲିକା ପ୍ରକାଶ ପାଇବ । ଏହାପରେ ଆଉ ୭ ଦିନ ପର୍ୟ୍ୟନ୍ତ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ମାର୍ଚ୍ଚ ୭ ରେ ମିଳିବ ପ୍ରଥମ କିସ୍ତି ର ଶେଷ ସୁଭଦ୍ରା ଟଙ୍କା।ମାର୍ଚ୍ଚ ୮ ରୁ ଦ୍ଵିତୀୟ କିସ୍ତି ମିଳିବ। ୨ ଲକ୍ଷ ୬୭ ଙ୍କ ଭୁଲ୍ ହୋଇଥିଲା। ତାର ରିଭିୟୁ ଚାଲିଚି। ୨୨% କାମ ସରିଛି। ଫିଜିକାଲ୍ ଭେରିଫିକେଶନ ପରେ ସେମାନେ ସୁବିଧା ପାଇବେ। ସୁଭଦ୍ରା ଯୋଜନାରେ ବ୍ୟାଙ୍କ୍ ସମ୍ମୁଖରେ ପ୍ରବଳ ଭିଡ ରହୁଚି। ବ୍ୟାଙ୍କରେ ଅଯଥା ଭିଡ ନକରିବାକୁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।