ଧୋଇଗଲା ଲକ୍ଷଧିକ ଟଙ୍କା ରେ ନିର୍ମିତ ଅସ୍ଥାୟୀ କଲଭଟ ଭାରି ଯାନ ଯାତାୟାତ ବାଧା ପ୍ରାପ୍ତ

ରଣପୁର….. ରାଜ୍ୟ ସରକାର ଜନସାଧାରଣ ଙ୍କ ଗମନା ଗମନ ସୁବିଧା କୁ ଆଖିଆଗରେ ରଖି ନୂତନ ରାସ୍ତା ଓ ବିଜୁ ସେତୁ ଯୋଜନା ରେ ନୂତନ ସେତୁ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଅର୍ଥ ବେୟ ବରାଦ କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଙ୍କ ମନମାନି ଙ୍କୁ ନେଇ ଦୀର୍ଘ ଦିନ ଧରି ବିପଦ ଶଙ୍କୁଳ ଅବସ୍ଥା ରେ ମଲାଗୁଣି ସେତୁ ନିର୍ମାଣ ନ ହୋଇ ପଡିରହି ଥିବା ବେଳେ. ଭାରି ଯାନ ଯାତାୟାତ ପାଇଁ ଲକ୍ଷଧିକ ଟଙ୍କା ବେୟ ରେ ନିର୍ମିତ ହୋଇଥିବା ଅସ୍ଥାୟୀ କଲଭର୍ଟ ଟି ଲଗାଣ ବର୍ଷା ରେ ଧୋଇ ହୋଇଯାଇଛି l
ଯାହାଫଳ ରେ ରଣପୁର ଠାରୁ ରାଜସୁନାଖଳା ଭାରି ଯାନ ଯାତାୟାତ ସମ୍ପୂର୍ଣ ଠପ ହୋଇଛି…. ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ଏନ. ଏସି ନିକଟସ୍ଥ ଇଂରେଜ ଅମଳ ର ଚମ୍ପତିପୁର ମଲାଗୁଣି ବ୍ରିଜ ଟି ବିପଦ ଶଙ୍କୁଳ ଅବସ୍ଥା ରେ ଦୀର୍ଘ ଦିନ ଧରି ପଡି ରହି ଥିବାରୁ ସେହି ବ୍ରିଜ ଦେଇ ପ୍ରଶାସନ ତରଫରୁ ଭାରିଯାନ ଯାତାୟାତ ବନ୍ଦ କରାଯାଇ. ବ୍ରିଜ ନିକଟ ରେ ଲକ୍ଷଧିକ ବେୟ ରେ ଅସ୍ଥାୟୀ କଲଭର୍ଟ ନିର୍ମାଣ କରାଯାଇ ଭାରିଯାନ ଯାତୟାତ କରୁଥିବା ବେଳେ ଗତ ତିନିଦିନ ଧରି ଲଗାଣ ବର୍ଷା ରେ ସୋମବାର ଦିନ ଅସ୍ଥାୟୀ କଲଭର୍ଟ ଟି ସମ୍ପୂର୍ଣ ଧୋଇଯାଇଛି ଯାହାକୁ ନେଇ ରଣପୁର ସୁନାଖଳା କୁ ଭାରି ଯାନ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି l
ତେବେ ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଅର୍ଥ ମଞ୍ଜୁର ହୋଇ ଟେଣ୍ଡର ପକ୍ରିୟା ସରିଥିବା ବେଳେ ନିର୍ମାଣ ରେ ଅହେତୁକ ବିଳମ୍ବ ଦେଖାଦେଉଛି ଯାହାକୁ ନେଇ ଗତ କିଛି ଦିନ ତଳେ ବର୍ଷା ପୂର୍ବରୁ ଲୋଧାଚୁଆ ପଞ୍ଚାୟତ ର ଶତାଧିକ ଗ୍ରାମବାସୀ ଅସ୍ଥାୟୀ ବ୍ରିଜ ନିମ୍ନ ମାନ ର ନିର୍ମାଣ ଓ ଧୋଇଯିବା ନେଇ ଆଶଙ୍କା ଏବଂ ଶୀଘ୍ର ନୂତନ ବ୍ରିଜ ନିର୍ମାଣ ନେଇ ରାସ୍ତା ରୋକ କରିଥିଲେ l ଏବଂ ପୂର୍ତ୍ତ ବିଭାଗ ର ସହକାରୀ ଯନ୍ତ୍ରୀ ଙ୍କ ତୁରନ୍ତ ବ୍ରିଜ ନିର୍ମାଣ ନେଇ ନିର୍ଭର ପ୍ରତିଶୃତି ପରେ ରାସ୍ତା ରୋକ ହଟିଥିଲା କିନ୍ତୁ ତାପରେ ମଧ୍ୟ୍ୟ ବ୍ରିଜ ନିର୍ମାଣ କରାଯାଇନଥିବାରୁ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି