ଆଜି ସନ୍ଧ୍ୟାରେ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଶୁକ୍ରବାର ଠାରୁ ଭକ୍ତମାନେ ଠାକୁରଙ୍କ ଆଡ଼ପ ଦର୍ଶନ ପାଇବାର ସୌଭାଗ୍ୟ ଲଭିବେ ।

ଜନ୍ମବେଦିରେ ବିଜେ ହୋଇଛନ୍ତି ଶ୍ରୀଜିଉ । ରଥାରୁଢ ଶ୍ରୀବିଗ୍ରହଙ୍କୁ ସେବକମାନେ ଗୋଟି ପହଣ୍ଡିରେ ନେଇ ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି । ଶୁକ୍ରବାର ଠାରୁ ଭକ୍ତମାନେ ଠାକୁରଙ୍କ ଆଡ଼ପ ଦର୍ଶନ ପାଇବାର ସୌଭାଗ୍ୟ ଲଭିବେ । ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢା ପାଇବାକୁ ଲକ୍ଷାଧିକ ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ତେବେ ଠାକୁରଙ୍କ ବନକଲାଗି ନୀତି ଯୋଗୁ ଦର୍ଶନ ସନ୍ଧ୍ୟାରେ ପ୍ରାୟ ୪ଘଣ୍ଟା ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ସମୟରେ ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।