ଜୋର ଧରିଲା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି

ଜୋର ଧରିଲା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି

ମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ମରାମତି ଦାବିରେ ଜୋର ଧରିଲା ଦାବି । ଏନେଇ ଆଜି (ଗୁରୁବାର କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ ହେଉଛି ।

କଂଗ୍ରେସ ପକ୍ଷରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ସଂକୀର୍ତ୍ତନ ଚାଲିଛି। ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ।ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ ଚତୁର୍ଦ୍ଧାମୂର୍ତ୍ତି ରଖି ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ । ଗତ ଅକ୍ଟୋବର ୧୬ରେ କଂଗ୍ରେସ ବଡ଼ଦାଣ୍ଡରେ ପ୍ରତିବାଦ ରାଲି କରି ଶ୍ରୀମନ୍ଦିର ପ୍ରଶାସକଙ୍କୁ ଚାରିଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ନେଇ ଦାବି ପତ୍ର ଦେଇଥିଲେ।