ନୂଆ ସଂସଦ ଭବନର ଉଦଘାଟନ୍ ନେଇ ତେଜିଲା ରାଜନୀତି

ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବାକୁ ଯାଉଛି ଦେଶର ନୂଆ ସଂସଦ ଭବନ

ନୂଆ ସଂସଦ ଭବନର ଉଦଘାଟନ୍ ନେଇ ତେଜିଲା ରାଜନୀତି

ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବାକୁ ଯାଉଛି ଦେଶର ନୂଆ ସଂସଦ ଭବନ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଭବ୍ୟ ଭବନର ଉଦଘାଟନ କରିବେ । ତେବେ ସଂସଦ ଭବନର ଉଦଘାଟନକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ସରକାରକୁ ଘେରିଥିବାବେଳେ, ଏହି ଭବନର ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଉ ବୋଲି ଦାବି କରିଛନ୍ତି ।

ଗତ ମେ ୧୮ ତାରିଖରେ ଲୋକସଭା ସଚିବାଳୟ ଘୋଷଣା କରିଥିଲା ଯେ, ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ଆଉ ନୂଆ ସଂସଦ ଭବନର ଉଦଘାଟନ କରିବାକୁ ତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ତେବେ ଏହା ପରେ ବିରୋଧୀ ଦଳର ନେତାମାନେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛନ୍ତି । ରାହୁଲ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି, ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନୁହେଁ ବରଂ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବା ଉଚିତ୍ ।