କୋରବା ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ଛତିଶଗଡ଼ର କୋରବାରୁ ବିଶାଖାପାଟଣାରେ ପହଞ୍ଚିଥିବା କୋରବା ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ

ଛତିଶଗଡ଼ର କୋରବାରୁ ବିଶାଖାପାଟଣାରେ ପହଞ୍ଚିଥିବା କୋରବା ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ । ରବିବାର ଅଚାନକ ଭୀଷଣ ନିଆଁ ଲାଗିଯାଇଥିଲା । ଏହି ଟ୍ରେନ କୋରବରୁ ତିରୁମାଲା ଯାଉଥିଲା । ଯେତେବେଳେ ଟ୍ରେନ୍ ଷ୍ଟେଶନରେ ଛିଡ଼ା ହୋଇଥିଲା ସେହି ସମୟରେ ଅଚାନକ ଟ୍ରେନରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ଷ୍ଟେଶନରେ ୪ର୍ଥ ନମ୍ବର ପ୍ଲାଟଫର୍ମରେ ହୋଇଛି ।
ଏହି ଘଟଣାରେ ୩ଏସି ବଗି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ମାତ୍ର ଏଥିରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ଏହି ଘଟଣା ସକାଳଳ୧୦ଟା ସମୟରେ ହୋଇଥିଲା । ଅନୁମାନ କରାଯାଉଛି କି ଏହି ଦୁର୍ଘଟଣା ବି୭ ବଗିର ଶୌଚାଳୟରେ ସର୍ଟ ସର୍କିଟରେ ହୋଇଛି । ପ୍ରକାଶ ଯେ, ବି୭ ବଗି ପୂରା ଜଳି ଯାଇଛି, ଯାହାକି ବି୬ ଏବଂ ଏମ ୧ ବଗି ଆଶିଂକ ରୂପରେ ଜଳିଯାଇଛି । ଏହି ଦୁର୍ଘଟଣା ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ, ଯେଉଁଥିପାଇଁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ରେଲଓ୍ବେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।