ଜାତିସଂଘ ମହାସଭା ଅଧିବେଶନକୁ ସମ୍ବୋଧିତ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ମହାସଭା ଅଧିବେଶନକୁ କରିବେ ସମ୍ବୋଧିତ

ଜାତିସଂଘ ମହାସଭା ଅଧିବେଶନକୁ ସମ୍ବୋଧିତ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ମହାସଭା ଅଧିବେଶନକୁ କରିବେ ସମ୍ବୋଧିତ। ତେବେ ଚଳିତ ସେପ୍ଟେମ୍ବର ୨୪ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତିସଂଘର ୭୯ ତମ ଅଧିବେଶନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରି ୨୬ ତାରିଖରେ ସମ୍ମିଳନୀକୁ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସରକାରୀ ଭାବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କିମ୍ବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କିଛି କୁହାଯାଇନଥିବା ବେଳେ ସୂତ୍ରରୁ ଏନେଇ ସୂଚନା ମିଳିଛି । ତେବେ ଏହି ଶିଖର କାର୍ଯ୍ୟକ୍ରମ ପାଇଁ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ବକ୍ତା ସୂଚୀ ଅନୁସାରେ, ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ରାଷ୍ଟ୍ରମୁଖ୍ୟ ବା ଅଧିକାରୀ ୨୬ ତାରିଖ ଅପରାହ୍ନରେ ଅଧିବେଶନକୁ ସମ୍ବୋଧିତ କରିବେ । ତେବେ ଏହା ଜାତିସଂଘର ଚୂଡାନ୍ତ ସୂଚୀ ନୁହେଁ । ଏଥିରେ ସଂଶୋଧନ ମଧ୍ୟ କରାଯାଇପାରେ ।

ସମ୍ମିଳନୀ ନିକଟବର୍ତ୍ତୀ ସମୟରେ କାର୍ଯ୍ୟସୂଚୀ ଓ ବକ୍ତାଙ୍କର ଚୂଡାନ୍ତ ତାଲିକା ପ୍ରସ୍ତୁତ ହେବା ପ୍ରକାଶିତ ହେବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଓ ରାଷ୍ଟ୍ରକୁ ପ୍ରତିନିଧିତ୍ବ କରୁଥିବା ରାଷ୍ଟ୍ରଦୂତ,କୂଟନୈତିକ ଅଧିକାରୀମାନେ ମତବ୍ୟକ୍ତ କରିବାର ଅବସର ପାଇବେ । ତେବେ ୨୪ରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ବ୍ରାଜିଲ ପ୍ରଥମ ବକ୍ତା ଭାବେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିପାରେ। ଏହାପରେ ଅନ୍ୟ ରାଷ୍ଟ୍ରମାନେ ସମ୍ବୋଧନ କରିପାରନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ନିର୍ବାଚନରେ ବହୁମତ ହାସଲ କରି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଜାତିସଂଘକୁ ସମ୍ବୋଧିତ କରିବେ ।