ଆଜି ଆଉ ୫ଟି ସ୍ଥାନରେ ଗଡି଼ଲା ବନ୍ଦେ ଭାରତ ଏକ୍ସପ୍ରେସ୍
ଆଜି ଭାରତୀୟ ରେଳ ଇତିହାସରେ ଏକ ନୂଆ ଇତିହାସ ଯୋଡି ହେବାକୁ ଯାଉଛି। ଆଜି (ମଙ୍ଗଳବାର) ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ରାଣୀ କମଳାପତି ରେଳଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଆଜି ଭାରତୀୟ ରେଳ ଇତିହାସରେ ଏକ ନୂଆ ଇତିହାସ ଯୋଡି ହେବାକୁ ଯାଉଛି। ଆଜି (ମଙ୍ଗଳବାର) ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ରାଣୀ କମଳାପତି ରେଳଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ସହିତ ଅନ୍ୟ ସ୍ଥାନରେ ଶୁଭାରମ୍ଭ ହେବାକୁ ଥିବା ଟ୍ରେନ ଗୁଡିକୁ ସେ ଭର୍ଚ୍ଚୁଆଲି ଶୁଭାରମ୍ଭ କରିଛନ୍ତି । ଏହି ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଗୁଡିକ ହେଲା ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାଣୀ କମଳାପତି)-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ,ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମାଡଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ । ବର୍ତ୍ତମାନ ସୁଦ୍ଧା ଭାରତରେ ୧୮ ଟି ବନ୍ଦେ ଭାରତ ଚାଲିଥିବା ବେଳେ ଏହାକୁ ମିଶାଇ ମୋଟ ବନ୍ଦେ ଭାରତ ଏକ୍ସପ୍ରେସର ସଂଖ୍ୟା ୨୩ରେ ପହଁଚିଛି । ଏହି ଟ୍ରେନ ଘଣ୍ଟା ପ୍ରତି ୧୩୦ କିମି ବେଗରେ ଚାଲିବାକୁ ଥିବାବେଳେ ଏବେ ଯାତ୍ରୀମାନେ ଖୁବ୍ କମ୍ ସମୟରେ ନିଜର ଗନ୍ତବ୍ୟସ୍ଥଳରେ ପହଁଚିପାରିବେ । ଯାହା ଯାତ୍ରୀମାନଙ୍କ ପାଇଁ ସୁବିଧା ହେବ।