ପର୍ଯ୍ୟଟନ ବିଭାଗ ତରଫରୁ ଐତିହ ପଦଯାତ୍ରା ଆରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ନିମାପଡ଼ା ପୂର୍ଣ୍ଣେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରଭାତୀ ପରିଡ଼ା ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି

ପର୍ଯ୍ୟଟନ ବିଭାଗ ପକ୍ଷରୁ ଐତିହ ପଦଯାତ୍ରା ଆରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନିମାପଡ଼ା ପୂର୍ଣ୍ଣେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରଭାତୀ ପରିଡ଼ା ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ପୂର୍ଣ୍ଣେଶ୍ଵରୀ ମନ୍ଦିରଠୁ କାକଟପୁର ମା ମଙ୍ଗଳା ମନ୍ଦିର ଯାଏଁ ହେବାକୁ ଥିବା ପଦଯାତ୍ରାରେ ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଛନ୍ତି । ଗ୍ରାମୀଣ ପର୍ୟ୍ୟଟନର ବିକାଶ ଏବଂ ଗ୍ରାମାଞ୍ଚଳରେ ସଚେତନତା ଲକ୍ଷ୍ୟ ରଖି ପଦଯାତ୍ରା କରାଯାଉଛି। ଏହି ପଦଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବିଶେଷ କରି ନିମାପଡ଼ା ଓ କାକଟପୁର ଅଞ୍ଚଳରେ ଥିବା ଅନେକ ଛୋଟ ବଡ଼ ମନ୍ଦିର ଗୁଡିକୁ ପର୍ୟ୍ୟଟନ କ୍ଷେତ୍ର ସହିତ ସଂଯୋଗ କରିବା । କୋଣାର୍କ-ପୁରୀ ପର୍ୟ୍ୟଟନର ମୁଖ୍ୟ ଆକର୍ଷଣ ଥିବା ବେଳେ ନିମାପଡ଼ାରେ ଖୁବଶୀଘ୍ର ପର୍ୟ୍ୟଟନର ହବ୍ ପ୍ରସ୍ତୁତ ପାଇଁ ଚେଷ୍ଟା ଜାରି ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । କାକଟପୁର ମା ମଙ୍ଗଳା ପୀଠର ଉନ୍ନତି କରଣ ଓ ଗ୍ରାମାଞ୍ଚଳରେ ପର୍ୟ୍ୟଟନର ବିକାଶ ପାଇଁ କାମ କରାଯିବ, ସମସ୍ତ ଐତିହ ପୀଠର ବିକାଶ କାମ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।