ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା

ଫେବ୍ରୁଆରୀ ୨୧ରୁ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା

ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା

ଆସିଲା ବଡ଼ ଖବର । ଫେବ୍ରୁଆରୀ ୨୧ରୁ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ୨୧ରେ ଗଓଖଙ, ୨୪ରେ ଝଖଋ ପରୀକ୍ଷା ଅନୁଷ୍ଠିତ ହେବ । ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ ପରୀକ୍ଷା ହେବ । ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ, ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ । ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ୟ୍ୟନ୍ତ ଚାଲିବ ପରୀକ୍ଷା । ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ଦିଆଯିବ । ଯାହାଫଳରେ ଗଣିତ ପରୀକ୍ଷା ୧୧ଟା ୪୫ରେ ସରିବ ।

ଏପଟେ ଆରମ୍ଭ ହୋଇଛି ମାଟ୍ରିକ ଫର୍ମ ଫିଲଅପ୍। ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ଚାଲିଛି। ସେହିଭଳି କରେସପଣ୍ଡେଣ୍ଟ ରେଗୁଲାର୍ ଓ କରେସପଣ୍ଡେଣ୍ଟ ଏକ୍ସ ରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡର ଆଞ୍ଚଳିକ କାର୍ୟ୍ୟାଳୟର ଉପସମ୍ପାଦକଙ୍କ ଦ୍ବାରା ଅଫଲାଇନରେ ହେଉଛି। ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ ପର୍ୟ୍ୟନ୍ତ ରହିଛି । ତେବେ ଛାତ୍ରଛାତ୍ରୀ କିପରି ଫର୍ମ ଫିଲଅପ କରିବେ ଆସନ୍ତୁ ଜାଣିବା।