ସଂସଦରେ ରାଗିଗଲେ ଜୟା

ପୁଣି ଚର୍ଚ୍ଚାରେ ଭେଟେରାନ ଅଭିନେତା ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ

ସଂସଦରେ ରାଗିଗଲେ ଜୟା

ପୁଣି ଚର୍ଚ୍ଚାରେ ଭେଟେରାନ ଅଭିନେତା ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ । ପାର୍ଲିଆମେଣ୍ଟ ଭିତରେ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ରାଗିଯାଇଛନ୍ତି ଜୟା । ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ, ଜୟା ଅମିତାଭ ବଚ୍ଚନ କହି ସମ୍ବୋଧନ କରିବାରୁ ଆପତ୍ତି ଜାହିର କରିଥିଲେ ଜୟା ।

ସାଂସଦ ଜୟା ବଚ୍ଚନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ପାର୍ଲିଆମେଣ୍ଟରେ ଜୟା ଅମିତାଭ ବଚ୍ଚନ ନାମରେ ସମ୍ବୋଧନକୁ ବିରୋଧ କରୁଛନ୍ତି ।

ଡେପୁଟି ଚେୟାରମ୍ୟାନ୍ ହରିବଂଶ ଜୟାଙ୍କୁ ନିଜର ବକ୍ତବ୍ୟ ରଖିବାକୁ କହିବାରୁ, ଜୟା ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ । ଜୟା କହିଥିଲେ, "ସାର୍ କେବଳ ଜୟା ବଚ୍ଚନ କହିଥିଲେ ଯଥେଷ୍ଟ ହୋଇଥାନ୍ତା ।" ତେବେ ଡେପୁଟି ଚେୟାରମ୍ୟାନ୍ ଉତ୍ତର ରଖଥିଲେ ଯେ, ତାଙ୍କର ନାମ ଔପଚାରିକ ଭାବେ ଯାହା ରହିଛି, ସେହି ନାମରେ ସମ୍ବୋଧନ କରାଯାଇଛି ।