ବାପପୁଅଙ୍କୁ ହତ୍ୟାକଲା ପୁତୁରା

ବିଳମ୍ବିତ ରାତିରେ ଗୋଡାଇ ଗୋଡାଇ ବାପପୁଅକୁ କଟୁରିରେ ହାଣିଲା ପୁତୁରା

ବାପପୁଅଙ୍କୁ ହତ୍ୟାକଲା ପୁତୁରା

ରଜରେ ବିଭତ୍ସ ହତ୍ୟା । ବିଳମ୍ବିତ ରାତିରେ ଗୋଡାଇ ଗୋଡାଇ ବାପପୁଅକୁ କଟୁରିରେ ହାଣିଲା ପୁତୁରା । ହତ୍ୟାକାଣ୍ଡ ଘଟିଛି ରାଇବଣିଆ ଥାନା କବାଟଘାଟି ଗ୍ରାମରେ। ହାରା ବିନ୍ଧାଣି ଓ କ୍ରିଷ୍ଣା ବିନ୍ଧାଣିଙ୍କୁ ହତ୍ୟା କରିଛି କବାଟ ଘାଟି ଗ୍ରାମର ପୁତୁରା ପ୍ରଫୁଲ୍ଲ ବିନ୍ଧାଣି । ମୃତକ ବାପପୁଅ ହେଲେ ସରଦାର ବନ୍ଦ ପଞ୍ଚାୟତର ବଡଟିକାୟତପୁରର। ରଜରେ କାକା ଘରକୁ ବୁଲିବାକୁ ଆସିଥିଲା ହତ୍ୟାକାରୀ ପୁତୁରା । ପାରିବାରିକ କଳହକୁ କେନ୍ଦ୍ରକରି କଥା କଟାକଟି ପରେ ପୁତୁରା ବାପପୁଅକୁ କଟୁରିରେ ହାଣିଥିଲା । ଗୁରୁତର ଅବସ୍ଥାରେ ବାଲେଶ୍ବର ହସ୍ପିଟାଲରେ ଉଭୟ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ବଡ଼ବାପା ଓ ଭାଇକୁ ମାରିବା ପରେ ଘଟଣା ସ୍ଥଳରୁ ପୁତୁରା ଫେରାର ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ରାଇବଣିଆ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।