ଆଦାନୀ ହାତକୁ ଯିବ ଗୋପାଳପୁର ପୋର୍ଟ
ଆଦାନୀ ହାତକୁ ଯିବ ଗୋପାଳପୁର ପୋର୍ଟ

ଆଦାନୀ ହାତକୁ ଯିବ ଗୋପାଳପୁର ପୋର୍ଟ । କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ଗୋପାଳପୁର ବନ୍ଦରର ୯୫% ଅଂଶଧନ ଆଦାନୀ ଗ୍ରୁପ୍ କୁ ଦିଆଯିବ । ବନ୍ଦରର ୫% ଓଡ଼ିଶା ଷ୍ଟିଭେଡୋର୍ସ ପାଖରେ ରହିବ । ବନ୍ଦରର ବିକାଶ ତଥା ସଂପ୍ରସାରଣ ପାଇଁ ଗୋପାଳପୁର ପୋର୍ଟ ଲିମିଟେଡ ଏହାର ୯୫ ପ୍ରତିଶତ ଅଂଶଧନ ଆଦାନୀ ବନ୍ଦର ଓ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳକୁ ହସ୍ତାନ୍ତର ପାଇଁ ସମ୍ମତି ମାଗିଛନ୍ତି ।
ସେଥିମଧ୍ୟରେ ୫୬ ପ୍ରତିଶତ ସାପୁରଜୀ ପାଲୋଞ୍ଜି ପୋର୍ଟ ମେଣ୍ଟାନାନ୍ସ ପ୍ରାଇଭେଟ ଲିମିଟେଡ ଓ ୩୯ ପ୍ରତିଶତ ଓଡ଼ିଶା ଷ୍ଠିଭେଡୋର୍ସ ଲିମିଟେଡର ଅଂଶଧନ । ଧାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରି ରାଜ୍ୟ କ୍ୟାବିନେଟ ଶାପୁରଜୀ ପାଲୋଞ୍ଜି ପୋର୍ଟ ଲିମିଟେଡ ଓ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡରୁ ଆଦାନୀ ବନ୍ଦର ଓ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଅଂଶଧନ ହସ୍ତାନ୍ତର ଓ ସଂଶୋଧିତ ରିହାତି ଚୁକ୍ତିନାମା ସ୍ବାକ୍ଷର ପ୍ରସ୍ତାବରେ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି ।