୧୬ ରୁ ୨୨ ମଧ୍ୟରେ ରାଜ୍ୟରେ ବର୍ଷା ସମ୍ଭାବନା

ବର୍ଷାରେ ଭିଜିବ ଶେଷ ରଜ। ଆସନ୍ତା ୧୬ ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ହେବ ବର୍ଷା।

୧୬ ରୁ ୨୨ ମଧ୍ୟରେ ରାଜ୍ୟରେ ବର୍ଷା ସମ୍ଭାବନା

ବର୍ଷାରେ ଭିଜିବ ଶେଷ ରଜ। ଆସନ୍ତା ୧୬ ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ହେବ ବର୍ଷା। ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସାପ୍ତାହିକ ପୂର୍ବାନୁମାନରେ ରାଜ୍ୟରେ ଅଧିକ ବର୍ଷା ହେବାନେଇ ଆକଳନ କରାଯାଇଛି।

ଅପରପକ୍ଷରେ ଆସନ୍ତା ୩ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ୧୪ ରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ବାସ ଏନେଇ ସୂଚନା ଦେଇଛନ୍ତି।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମୌସୁମୀ ୭ ଦିନ ବିଳମ୍ବରେ କେରଳରେ ପହଞ୍ଚିଛି । କର୍ଣ୍ଣାଟକ ଓ ତାମିଲନାଡୁକୁ ବି ମୌସୁମୀ ଛୁଇଁଛି । ଉତ୍ତର ପୂର୍ବ ଭାରତର ଅଧିକାଂଶ ଅଞ୍ଚଳକୁ ଏହା ଛୁଇଁସାରିଛି । ଆସନ୍ତା ୧୫ ତାରିଖ ବା ତା ପରେ ମୌସୁମୀ ଓଡ଼ିଶା ଛୁଇଁବ । ୧୫ପରେ ଓଡ଼ିଶାରେ ସ୍ୱାଭାବିକ ବା ଅଧିକ ବର୍ଷା ହୋଇପାରେ । ପ୍ରତିବର୍ଷ ଜୁନ୍‌ରେ ମୌସୁମୀ ଆସେ । ଏଥିପାଇଁ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିବା ସହ ଗୁଳୁଗୁଳି ବଢ଼େ । ମୌସୁମୀ ଆସିବା ପରେ ଗୁଳୁଗୁଳି କମିବ ବୋଲି ସେ କହିଛନ୍ତି ।