୪ ୱେବ୍ ସାମ୍ବାଦିକଙ୍କ ସମେତ ୫ଜଣ ଗିରଫ
କଳାହାଣ୍ଡି ଭବାନୀପାଟଣା ସଦର ଥାନା ଅଂଚଳରେ ଘଟିଥିବା ଏକ ଡକାୟତି ଘଟଣାରେ ୪ ଜଣ ୱେବ୍ ସାମ୍ବାଦିକ ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ

କଳାହାଣ୍ଡି ଭବାନୀପାଟଣା ସଦର ଥାନା ଅଂଚଳରେ ଘଟିଥିବା ଏକ ଡକାୟତି ଘଟଣାରେ ୪ ଜଣ ୱେବ୍ ସାମ୍ବାଦିକ ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଚଳିତ ମାସ ୨ତାରିଖରେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟଙ୍କୁ ଏକ ଡକାୟତ ଦଳ ଭଙ୍ଗାବାରି ନିକଟରେ ଅଟକାଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା ।
କନକବ୍ୟୁରୋ: କଳାହାଣ୍ଡି ଭବାନୀପାଟଣା ସଦର ଥାନା ଅଂଚଳରେ ଘଟିଥିବା ଏକ ଡକାୟତି ଘଟଣାରେ ୪ ଜଣ ୱେବ୍ ସାମ୍ବାଦିକ ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।
ଏନେଇ ଭବାନୀପାଟଣା ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ରବିବାର ସନ୍ଧ୍ୟାରେ ୨ଜଣ ଫେରାର ମାରୁଥିବା ବେଳେ ସଇନ୍ତଳା ପୁଲିସ କାବୁ କରିଛି । ଏହି ଘଟଣାରେ ପୁଲିସ ୪ଜଣ ୱେବ୍ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାରେ ପ୍ରାୟ ୮ ଜଣଙ୍କୁ ପୁଲିସ ସନ୍ଦେହ କରୁଛି ।