ବନ୍ୟା ଜଳରେ ବୁଡିଲା ଯାତ୍ରା ପେଣ୍ଡାଲ

ଯାତ୍ରା ପରିବେଷଣ ପାଇଁ ଆସିଥିଲା। ହେଲେ ଯାତ୍ରା ପରିବେଷଣ ପୂର୍ବରୁ ବନ୍ୟା ପାଣିରେ ବୁଡ଼ିଗଲା ବିଶ୍ୱଦରବାର ଯାତ୍ରା ପାର୍ଟି ଟେଣ୍ଟ

ବନ୍ୟା ଜଳରେ ବୁଡିଲା ଯାତ୍ରା ପେଣ୍ଡାଲ

ଯାତ୍ରା ପରିବେଷଣ ପାଇଁ ଆସିଥିଲା। ହେଲେ ଯାତ୍ରା ପରିବେଷଣ ପୂର୍ବରୁ ବନ୍ୟା ପାଣିରେ ବୁଡ଼ିଗଲା ବିଶ୍ୱଦରବାର ଯାତ୍ରା ପାର୍ଟି ଟେଣ୍ଟ। ଅନେକ ଲୋକଙ୍କ ଘରେ ମଧ୍ୟ ବନ୍ୟା ପାଣି ପଶି ଯାଇଛି। ଦୟନୀୟ ସ୍ଥିତିରେ ଅଛନ୍ତି ଲୋକେ। ଏପରି ବିକଳ ଚିତ୍ର ଆସିଛି ଭଦ୍ରକ ଜିଲ୍ଲାରୁ।
ଧାମନଗର ବ୍ଲକ୍ ଦୋବଲଠାରେ ବିଶ୍ୱଦରବାର ଯାତ୍ରା ପରିବେଷଣ ପାଇଁ ଆସିଥିଲା। ତା’ ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ଷ୍ଟେଜ୍ ଓ ଟେଣ୍ଟ ବନ୍ଧା ଯାଇଥିଲା। ଲାଇଟ୍ ମଧ୍ୟ ଟଙ୍ଗା ସରିଥିଲା। ପ୍ରାୟତଃ ସବୁ କଳାକାଳମାନେ ଆସି ଥିଲେ। ସେଠାରେ ଯାତ୍ରା ରିହଲ୍‌ସେଲ୍ ହେବାର ଥିଲା।

ଏଥିସହ ଗତବର୍ଷର ନାଟକ ରେକଡିଂ ହେବାର ଥିଲା। ସେଥିପାଇଁ କଳାକାରମାନେ ବେଶ୍ ଉତ୍ସାହିତ ଥିଲେ। ହେଲେ ଚାହୁଁ ଚାହୁଁ ମାଡ଼ି ଆସିଲା ବୈତରଣୀର ବନ୍ୟା ପାଣି। ବିଶ୍ୱ ଦରବାର ଯାତ୍ରା ପାର୍ଟି ଟେଣ୍ଡ ଭିତରେ ପଶି ଯାଇଥିଲା ବନ୍ୟା ପାଣି। ଷ୍ଟେଜ୍ ମଧ୍ୟ ବୁଡ଼ି ଯାଇଥିଲା।
ବନ୍ୟା ପାଣିରେ ଷ୍ଟେଜ୍ ପାଖରେ ହୋଇଥିବା ଗ୍ରୀନ୍ ରୁମ୍ ବୁଡ଼ି ଯାଇଥିଲା। ସେହି ପାଣି କଳାକାରଙ୍କ ଡ୍ରେସ୍ ଓ ବୈଦ୍ୟୁତିକ ଯନ୍ତ୍ରଂଶ ସବୁ ଭିଜି ଯାଇଥିଲା।